ଗୁରୁ ନାମେ ଅଛି କି ଶକ୍ତି...
ଗୁରୁ ନାମେ ଅଛି କି ଶକ୍ତି...


ଗୁରୁ ନାମେ ଅଛି କି ଶକ୍ତି
ଗୁଣବାନ ଛାତ୍ର ତାହା ଜାଣିଛି
ଥରେ ତାଙ୍କ ନାମ ତୁଣ୍ଡରେ ଧରିଲେ
ମିଳିଯାଏ କୋଟି ଅଜ୍ଞାନୁ ମୁକ୍ତି
ଗୁରୁ ନାମେ ଅଛି କି ଶକ୍ତି ।
ଅନ୍ଧକାର ଗହନ ବନେ
ବାଟବଣା ହୋଇଲେ ଦିନେ
ଅବାଟରୁ ବାଟ କଡ଼େଇ ନିଅନ୍ତି
ଆଲୋକର ଶିଖା ମିଳଇ ଦୃଷ୍ଟି
ଗୁରୁ ନାମେ ଅଛି କି ଶକ୍ତି ।
ଯେବେ ମନ ବିଚଳିତ ଯେ ହୁଏ
ଗୁରୁ ନାମ ମୁଖେ ତ ଥାଏ
ଅଲୌକିକ ଜ୍ଞାନ କୌଶଳର ସହ
ଅବୁଝା ମନକୁ ମିଳଇ ଶାନ୍ତି
ଗୁରୁ ନାମେ ଅଛି କି ଶକ୍ତି ।
ସତ୍ ଅସତ୍ ଜ୍ଞାନ କଳାର ଯୋଗେ
ଦର୍ଶନେ ଅଜ୍ଞାନ ଦୂରେଇ ବାଟେ
ବିଦ୍ୟା ବୁଦ୍ଧି ଦାତା ଦିବ୍ୟଦ୍ରଷ୍ଠା ତୁମେ
ଦୂରେଇ ପାରନ୍ତି ସବୁ ମନରୁ ଭ୍ରାନ୍ତି
ଗୁରୁ ନାମେ ଅଛି କି ଶକ୍ତି ।
ସତ୍ୟ ଧର୍ମ ନ୍ୟାୟେ ପରିଚାଳିତ
ସମାଜର ବିଜ୍ଞ ପଥ ପ୍ରଦର୍ଶକ
ଜ୍ଞାନର ଭଣ୍ଡାର ଆପଣା ଭିତରେ
ଗଢ଼ିବାକୁ ଆଉ ଏକ ଅନନ୍ୟ ସୃଷ୍ଟି
ଗୁରୁ ନାମେ ଅଛି କି ଶକ୍ତି ।
ହୀନ ଜୀବନର ଲକ୍ଷ ସାଧନେ
ମିଳେ ଗୁରୁ ତୁମ ନିଦର୍ଶନେ
ତୁମ ଯଶ କୀର୍ତ୍ତି ଅଗାଧ ପାଣ୍ଡିତ୍ୟ
ଯୁଗେ ଯୁଗେ ରହୁ ଅମର ମୁକ୍ତି
ଗୁରୁ ନାମେ ଅଛି କି ଶକ୍ତି ।
ଗୁରୁ ବ୍ରହ୍ମା ଗୁରୁ ଯେ ବିଷ୍ଣୁ
ପାଦତଳେ ମୋ ମଥା ନମୁ
ଭକ୍ତିର ପ୍ରଣତି ଜଣାଇ ଛାମୁରେ
ଜୀବନ ମୋହର ଯାଉ ଯେ ବିତି
ଗୁରୁ ନାମେ ଅଛି କି ଶକ୍ତି ।
ଗୁରୁଙ୍କୁ ନମଣିବ ଯେ ନର
ଗୁରୁ ଦେବ ସାକ୍ଷାତ ଈଶ୍ୱର
ଏହାକୁ ମାନି ସବୁ କର୍ତ୍ତବ୍ୟ କରିଲେ
ଜୀବନରେ ସବୁ ମିଳିବ ଖୁସି
ଗୁରୁ ନାମେ ଅଛି କି ଶକ୍ତି ।