ଗୁରୁ ଈଶ୍ଵର
ଗୁରୁ ଈଶ୍ଵର
"ଗୁ"ଶବ୍ଦସ୍ଯ ଗୁଣାତୀତଂ
"ରୁ" ଶବ୍ଦ ରୂପ ବର୍ଜିତଂ
ରୂପ ଗୁଣ ଦ୍ବୟଂ ନାସ୍ତି
ତସ୍ମୈ ଶ୍ରୀ ଗୁରୁବେ ନମୋଃ ।।
ଆହେ ଗୁରୁ ତୁମେ ଜ୍ଞାନଦାତା ମମ।
ଅଜ୍ଞାନ ତିମିର ବିନାଶକ ।
ତୁମେ ମୋ'ଜ୍ଞାନର ଅଲିଭା ଦିପାଳୀ ।
ଯଶ ଖ୍ୟାତି ପ୍ରଜ୍ଞା ପ୍ରକାଶକ ।0।
ପ୍ରସନ୍ନତା ତୁମେ ହୁଅ ଯାହା ପରେ ।
ଦିଅ ପରା ତାରେ ଦିବ୍ୟ ଜ୍ଞାନ ।
ସେ ଜ୍ଞାନରେ କିଏ ଅମାପ ମାପଇ ।
ଅବିଦ୍ୟାରେ କରେ ଧନର୍ଜନ ।
ଅବନା ସେ ପାଠ ଗୁରୁ ମାରି ଛାଟ
ଶିଖାଏ ଅବନା ପାଠ ଯେତେକ ।।୧।।
ଶିକ୍ଷା ,ଦୀକ୍ଷା, କର୍ଣ୍ଣ ଗୁରୁ ମନ୍ତ୍ରେ ଧନ୍ଯ
ପିଣ୍ଡ ପ୍ରାଣ ହୋଇ ଯାଏ ପବିତ୍ର ।
ଗୁରୁ ବିନା ନାହିଁ ବିଦ୍ଯା ସିଦ୍ଧି କାହିଁ
ଗୁରୁ ପୂଜ୍ୟ ପୂଜା ହୃଦେ ସର୍ବତ୍ର ।
ଗୁରୁ ଅସ୍ତୁ କଲେ ଗୁରୁ ହସି ଦେଲେ
ଶିଷ୍ୟ ପାଇଥାଏ ପୁଣ୍ୟ ଯେତେକ।୨।