ଗୁରୁ ଦୟାରୁ
ଗୁରୁ ଦୟାରୁ
ଗୁରୁ ଦୟାରୁ ହେଲି ମୁଁ ଜ୍ଞାତ,
ଅଜ୍ଞାତ ଥିଲେ ଯେ ମୋ ନିମିତ୍ତ ।
ଶିଖିଥିଲି ମୁଁ ତାଙ୍କ ପାଖରେ,
ଚାଲି ପାରିବ ବିନା ପାଦରେ ।
ଦେଖି ପାରିବ ବିନା ଚକ୍ଷୁରେ,
ଶୁଣି ପାରିବ ବିନା କର୍ଣ୍ଣରେ ।
ପାନ କରିବ ପାଟି ବିହୁନେ,
ଉଡ଼ି ପାରିବ ଡେଣା ବିହୁନେ ।
ଆଣି ସାରିଛି ପ୍ରୀତି ଓ ଧ୍ୟାନ,
ରଖିଛି ତାଙ୍କୁ ଏପରି ସ୍ଥାନ ।
ନାହିଁ ଯେଉଁଠି ସୂର୍ଯ୍ୟ ଓ ଚନ୍ଦ୍ର,
ନାହିଁ ସେଠାରେ ଦିବସ ରାତ୍ର ।
ଅମୃତ ମିଠା ନ ପିଇ ପାଏ,
ବିନା ଜଳରେ ତୃଷ୍ଣା ମେଣ୍ଟାଏ ।
ଆନନ୍ଦେ ମିଳେ ପରମାନନ୍ଦ,
ବିନା ବୋଧରେ କି ପ୍ରକାଶ ସାଧ୍ୟ ।
ଯେ କେହି ହୁଏ ଶିଷ୍ୟ ତାଙ୍କର,
ନାହିଁ ସୌଭାଗ୍ୟ, ତାଠୁ କାହାର ।
