STORYMIRROR

Ajit Kumar Raut

Action

3  

Ajit Kumar Raut

Action

ଗୁରୁ ବଡ ସର୍ବୋପରି

ଗୁରୁ ବଡ ସର୍ବୋପରି

1 min
165

ଗୁରୁଙ୍କ ଚରଣେ           ବନ୍ଦନା  କରିବି

        ଗୁରୁ ବଡ  ସର୍ବୋପରି।           

  ପବିତ୍ର ଶିକ୍ଷା ସେ           ଅର୍ପଣ  କରନ୍ତି

        ସେବୁ ଥିବି ମୁ ତାଙ୍କରି।୧।

ପ୍ରଥମ ଶିକ୍ଷକ            ମାତାପିତା ପାଇଁ

        ଭକ୍ତି ହିଁ ରହୁ ମୋହରି

ତୁମ ଶ୍ରୀଚରଣେ           ଭକ୍ତି  ରହିଥାଉ

         ଦୟା କର ଭାବଗ୍ରାହୀ।୨।

ନିସ୍ବାର୍ଥ ଭକ୍ତିରେ           ସେବୁ ଥିବି ମୁହିଁ

         ପଥଟି ଦିଅ ବତାଇ

ଦେଶସେବା ପାଇଁ          ଅର୍ପିତ ଜୀବନ

         କର୍ମପଥେ ନିଅ ସାଈଁ।୩।

ସୁପଥରେ ଦେଶ          ନେଉ ଛନ୍ତି ମୋଦି

         ଉନ୍ନତି ହୁଏ ଆମରି

କିଛି ଅନୁଦାନ            ରହୁ  ସୁପଥରେ

         ସୁକର୍ମ ରହୂ ଆମରି।୪।

ଧର୍ମ ଯୁଦ୍ଧ ଏହି           କର୍ମ ଯୁଦ୍ଧ ଏହି

          ନୂଆ ଭାରତ ସାଜିଛି

ଅନ୍ୟାୟର ପଥ           ଦୂର ହେଲା ଏବେ

          ଉନ୍ନତ ଦେଶ ହେଉଛି।୫।

ଚତୁରଦୀଗ ଦେଶ          ବଢି  ଚାଲୁ  ଅଛି

         ସମ୍ମାନ ଦେଶ ପାଉଛି

ସୈନିକର ରାବେ           ଶତ୍ରୁ  କମ୍ପୁ  ଅଛି

         ଵିଶ୍ବେରେ ନାମ ହେଉଛି।୬।   

       ନିସ୍ବାର୍ଥ କର୍ମରେ            ସମ୍ଭବ  ହୋଇଛି

         ବିଶ୍ବରେ ନାମ ହେଉଛି

ଖୁସିରେ ଅଛନ୍ତି           ଚାଷୀଭାଇ ଏବେ

         କୄଷୀର ଲାଭ ମିଳୁଛି।୭।

ଗୁରୁଙ୍କ ଚରଣେ           ବନ୍ଦନା  କରିବି

         ଗୁରୁ ବଡ ସର୍ବୋପରି

ପବିତ୍ର ଶିକ୍ଷା ସେ          ଅର୍ପଣ   କରନ୍ତି

         ସେବୁ ଥିବି ମୁଁ ତାଙ୍କରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action