STORYMIRROR

Dipti lekha Mishra

Classics

3  

Dipti lekha Mishra

Classics

ଗୁରବେ ନମଃ

ଗୁରବେ ନମଃ

1 min
199

ଜନମ ହେଲି ଯେବେ ଠାରୁ

ମାଟିମାଆ ହେଲେ ପ୍ରଥମଗୁରୁ

ମାଆର ସ୍ପର୍ଶ ପାଈବାପରେ

ସିଏ ହେଲା ମୋ ଜୀବନ୍ତଗୁରୁ॥

ବୟସ ବଢିଲା ଗଛପରି ଯେମିତି

ମନ ଖୋଜୁଥିଲା ଗୁରୁ ସେମିତି

ପ୍ରତିକ୍ଷଣରେ ଲୋଡା ଶକ୍ତି ଯେମିତି

ମାଟି ରୂ ଆକାଶ ଶିକ୍ଷା ସେପରି ଦିଅନ୍ତି।

ଦିନ ଦଣ୍ତ କାଳ ଯେତିକି ଅଛି

ସେତିକି ଗୁରୁ ମୁଁ ଚିହ୍ନଟ କରିଛି

ଭୂଲିନି ଭୂଲିବିନି ଗୁରୁମାନଙ୍କୁ

ଏତିକି ପଣ ନିତି କରୁଛି।

ସବୁ ଗୁରୁଙ୍କୁ ମୋର କୋଟି ପ୍ରଣାମ

ସଭିଙ୍କୁ ସମ୍ମାନ ଦେବା ମୋ ଧର୍ମ

ଗୁରୁ ଆଶୀଷ ଥିଲେ ସାଥିରେ

ଖୁସିମିଳିବ କରି ଜଗତଶ୍ରମ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics