STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ଗୁପ୍ତ ପୁସ୍ତକ

ଗୁପ୍ତ ପୁସ୍ତକ

1 min
208


ଥିଲି ଦିନେ ମୁହିଁ ଖବରକାଗଜ

ସମ ଖୋଲା ଫର୍ଦ୍ଦଟିଏ

ଉନ୍ମୁକ୍ତ ପ୍ରଶସ୍ତ ବିସ୍ତାରିତ

ବହୁ ଉପାଦେୟ ତଥ୍ୟ ସମ୍ବଳିତ

ଦେଶ ବିଦେଶର ଛୋଟ ବଡ

ଘଟଣାବଳୀରେ ସମୃଦ୍ଧ ମୋର

ରଙ୍ଗ ବେରଙ୍ଗୀ କଳେବର

ସଂସ୍କରଣ ବହୁଳ ପ୍ରସାରିତ

ଅଥଚ ଆକର୍ଷଣ ସୀମିତ

ମାତ୍ର ଗୋଟିଏ ଦିନର ଆୟୁଷ

ଆର ଦିନକୁ ଅପାଙ୍କ୍ତେୟ ବର୍ଜିତ!!!

ସମୟ ନଦୀର ପ୍ରତିକୂଳ ସ୍ରୋତ

ସଜାଇ ଦେଇଛି ଆଜି ମୋତେ

ଏକ ଆବଦ୍ଧ ନିଷିଦ୍ଧ ଗୁପ୍ତ ପୁସ୍ତକ

ଯହିଁ ନାନା ରହସ୍ୟ ସଂଗୋପିତ

ରୋମାଞ୍ଚ ଭରା କାହାଣୀ ସନ୍ନିହିତ

ସର୍ବସାଧାରଣ ଦୃଷ୍ଟିରୁ ବଞ୍ଚିତ

ସଭିଏଁ ଚାହାଁନ୍ତି କରିବାକୁ ହସ୍ତଗତ

ମାତ୍ର ଆମର ଦୂରତ୍ବ ଅପହଞ୍ଚ

କାଳଜୟୀ ଅମର ମୋର ଆକର୍ଷଣ

ସୀମିତ ଅଥଚ ଗୁଣମୁଗ୍ଧ ପାଠକ

ହୃଦୟରେ ଚିରକାଳ ସଯତ୍ନେ ସଂରକ୍ଷିତ!!!


#ସିଧାକଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract