Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dhaneswar Dash

Inspirational

4  

Dhaneswar Dash

Inspirational

ଗୁଣର ବିକାଶ

ଗୁଣର ବିକାଶ

1 min
435


ସାତ୍ତ୍ଵିକ ରାଜସ ତାମସିକ ଏହା

ଖାଦ୍ୟର ପ୍ରକାର ଭେଦ,

ଶୁଦ୍ଧ ଶାକାହାରୀ ସାତ୍ତ୍ଵିକ ବୋଲାଏ

ରାଜସିକର ପ୍ରଭେଦ ।


ମଦ ମାଂସ ଏହା ତାମସିକ ଖାଦ୍ୟ 

ଖାଦ୍ୟରୁ ଗୁଣ ବିକାଶେ, 

ସାତ୍ତ୍ଵିକ ଭୋଜନ କରୁଥାଏ ଯିଏ

ତମ ଗୁଣ କାହୁଁ ଆସେ ?


ରାଜସିକ ଖାଦ୍ୟ ଆମୋଦ ପ୍ରମୋଦ

ସବୁ ଖାଦ୍ୟର ମିଶ୍ରିତ,

ରାଜାରୁ ତପସ୍ୱୀ ହେବା ଦୃଢ ମତ

ଏହା ଶାସ୍ତ୍ରରେ ବର୍ଣ୍ଣିତ ।


ତାମସିକ ଖାଦ୍ୟ କ୍ରୋଧ ହିଂସା ବାଦ

ଉତ୍ପନ୍ନ କରେ ମନରେ,

ଦେବର୍ଷି ବ୍ରହ୍ମର୍ଷି କେଉଁ ଖାଦ୍ୟ ଖାଇ

ଜଳୁଥିଲେ କୋପାନଳେ ?


ଖାଦ୍ୟର ଉତ୍ପତ୍ତି ପ୍ରକୃତିରୁ ଜାତ 

ବଡ ଜୀବ ଛୋଟ ମାରେ,

ସାପ ଖାଉଥାଏ ବେଙ୍ଗଟିଏ ଦେଖି

ବେଙ୍ଗ ଯେ ଆତ୍ମ ବିକଳେ ।


ଉଡିଯାଉଥିବା ପତଙ୍ଗକୁ ଗିଳେ

ନିଜେ ମୃତ୍ୟୁ ମୁଖେ ଥାଇଁ,

ଯା'କୁ ଯେଉଁ ଖାଦ୍ୟ ରୁଚିପୂର୍ଣ୍ଣ ହୁଏ

ସେ ସେଇ ଖାଦ୍ୟ ଭକ୍ଷଇ ।


ମନ ମଧ୍ୟେ ହୁଏ ଗୁଣର ବିକାଶ 

ଜୀବର ପ୍ରକୃତି ନେଇ,

ପ୍ରକୃତି ଜୀବର ଜନ୍ମରୁ ଉତ୍ପନ୍ନ 

ଏହା ଅନ୍ୟଥା ନୁହଁଇ ।


ସ୍ୱଭାବ ଯାହାର ଯେମିତିକା ଥିବ

ଖାଦ୍ୟରୁ ନ ହୁଏ ଗଣା,

ମଦ ମାଂସାହାରୀ ଉତ୍ତମ ସ୍ୱଭାବ 

ହୋଇ କି ପାରିବ ଉଣା ?


ମନରେ ନିର୍ମଳ ହୃଦ ଗଙ୍ଗାଜଳ 

ଚିନ୍ତନେ ଚୈତନ୍ୟ ଭାବ,

ଉତ୍ପନ୍ନ ହୋଇବ ସାତ୍ତ୍ଵିକ ଭାବନା

କୁଟୁମ୍ବକମ୍ ବସୁନ୍ଧୈବ ।



Rate this content
Log in

Similar oriya poem from Inspirational