STORYMIRROR

Kishore Nayak

Children

3  

Kishore Nayak

Children

ଗୁଣ୍ଡୁଚି ମୂଷାର ଜନମ ଦିନ

ଗୁଣ୍ଡୁଚି ମୂଷାର ଜନମ ଦିନ

1 min
382


ଗୁଣ୍ଡୁଚି ମୂଷାର ଜନମ ଦିନ 

ମନ ତା'ର ଆଜି ଭାରି ଉଚ୍ଛନ୍ନ ll

ତା' ବାପା ଆଣିଛନ୍ତି ନୂଆ ପୋଷାକ 

ଖୁସିରେ ତାକୁ ଆଉ ଲାଗୁନି ଭୋକ ll

ରାତିରେ ହୋଇବ କେକ୍ କଟା 

ତା' ପରେ ଚାଲିବ ବେଲୁନ୍ ଫଟା ll

ଗୁଣ୍ଡୁଚିର ମା' ଭାରି ତର ତର 

କରୁଛନ୍ତି କାମ ଭୋଜି ଭାତର ll

ସକାଳୁ ଚାଲିଛି ପରିବା କଟା 

ତା' ସାଙ୍ଗରେ ପୁଣି ମସଲା ବଟା ll

ଆସିଛନ୍ତି ସବୁ ଗୁଣ୍ଡୁଚି ସାଙ୍ଗ 

ଚାଲୁଛନ୍ତି ଦେଖ ଟଅଙ୍ଗ ଟଙ୍ଗ ll

ଆସିଛନ୍ତି ପୁଣି ବନ୍ଧୁବାନ୍ଧବ 

ଚାଲିଛି କି ସତେ ବଡ଼ ପରବ ll

ବେଳ ବୁଡି ଆସି ହୋଇଲା ରାତି 

ରଙ୍ଗ ବେରଙ୍ଗର ଜଳିଲା ବତୀ ll

ଜାକ ଜମକରେ ହେଲା ପାଳନ 

ଗୁଣ୍ଡୁଚି ମୂଷାର ଜନମ ଦିନ ll

ବାପା, ମା'ଙ୍କର ସେ ରଙ୍କୁଣା ଧନ 

ଏକଇର ବଳା ବିସିକେଶନ ll

ଗୁଣ୍ଡୁଚିକୁ ଦେଲେ ଉପହାର 

ଖାଇ ପିଇ ଗଲେ ଯେଝା ଘର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children