Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Inspirational Others

3  

Bharatabandhu Biswal

Tragedy Inspirational Others

ଗୁହାରୁଛି ରଙ୍କ ରଜାକୁ

ଗୁହାରୁଛି ରଙ୍କ ରଜାକୁ

1 min
155



ତୁମେ ସଭାପତି   ମୁଖିଆ ପ୍ରଧାନ

    ରାଜା ମନ୍ତ୍ରୀ ପ୍ରଶାସକ

ନିରୀହ ପରଜା    ଜନ ସାଧାରଣ

    ଆମେ ତ ଗରୀବ ରଙ୍କ ।

ତୁମ କୋଠାମାଳ   ତଳ ବହୁତଳ

     ଦପଦପ ନାଲିବତୀ

ସାଇତା ଜୀବନ    ଫରୁଆ ଭିତରେ

     ପାପ ସାତଖୁଣ ମାଫି ।

ତୁମେ କର ଯଦି    ଅନ୍ୟାୟ ଅନୀତି

     ବଳାତ୍କାର ଖେଳା ଲୀଳା

ବିଚରା ଜନତା   ମାଛିକୁ ମାରିଲେ

     ଜେଲ ଜୋରିମାନା କୀଳା ।

ନ୍ୟାୟ ପ୍ରଶାସନ   ବିଚାର ବ୍ୟବସ୍ଥା

      ତୁମର ହାତ ବାରିଶି

ଯାହାକୁ ଯେମିତି    ପାରିବ ହାଣିବ

      ଚଢାଉଛ ଶୂଳୀ ଫାଶି ।

ଭେଳିକି କରୁଛ   ଦିନ ଦ୍ୱିପହରେ

     ଆକାଶେ ଦେଖାଅ ତାରା

କର ଠକିଭଣ୍ଡି    ତୁଚ୍ଛା ପ୍ରହସନ

      ଚରିତ୍ର କଳଙ୍କ ଭରା ।

ଦରକାର ଥିଲେ   କର ଦଣ୍ଡବତ

      କୁହ ମିଠା ମିଠା କଥା

ସରିଗଲେ କାମ   ଶଚୁଟିକୁ ଧରିକି

     ନଚାଅ ମାର ଗୋଇଠା ।

ପିଟ ନାହିଁ ଢୋଲ   ଭାଷଣ ପବନ

     ଦେଖୁଛନ୍ତି ଚକାଆଖି

ଉତ୍ତୀର୍ଣ୍ଣ ହୋଇବ   କଲେ ଠିକକାମ

    ନୋହିଲେ ଯିବ ତ ଠିକି ।

ଆମେ ସମୁଦାୟ    ସମାଜ ସର୍ବସ୍ୱ

     ଜନସେବା ହେଉ ଲକ୍ଷ୍ୟ

କ୍ଷମତା କ୍ଷଣକ     ଦଳବଳ ତୁଚ୍ଛ

       ପଦ ନିମିତ୍ତ ମାତ୍ରକ ।

           -------



Rate this content
Log in

Similar oriya poem from Tragedy