STORYMIRROR

Banabihari Mishra

Abstract

3  

Banabihari Mishra

Abstract

ଗୁହାରୀ

ଗୁହାରୀ

1 min
421

କାଳିଆ ସାଆନ୍ତେ ହୋ, 

ବରଷଟା ବିତିଯିବା ବେଳେ 

ଆଜି ମୁଁହିଁ ତମକୁ ଖୋଜୁଛି

ଯାହା ଭୁଲ୍ ଗଲା ବରଷରେ

କଲି ତାକୁ କହିବି ଭାବୁଛି


ତୁମେ ଦୟାବନ୍ତ କ୍ଷମାଶୀଳ

ସବୁ କରି କରାଉଛ ତୁମେ

ଯଦି ଅଜାଣତେ ଭୁଲ୍ କିଛି

କରିଥିବି କ୍ଷମା ଦେବ ତୁମେ


ତୁମେ ସବୁବେଳେ କହିଅଛ,

ପୁଣ୍ୟ ନୁହେଁ ପାପକୁ କହିବୁ

କରମଠୁ ବେଶୀ ନ ଖୋଜିବୁ

ସମ୍ଭାଳିକି ଧରମ ସଞ୍ଚିବୁ


ଧରମ ଧାରଣେ ହଟିବୁନି

ଜ୍ଞାତି ବନ୍ଧୁ ପ୍ରିୟ ପରିଜନ

ସବୁ ମାୟା ମିଛ ପ୍ରହେଳିକା

ନୁହନ୍ତି କେ କାହାର ତୁ ଜାଣ


ଯେତିକି ତୁ କରମ କରିବୁ

ସେଇ ଅନୁସାରେ କର୍ମଫଳ

କର୍ମଫଳ କାହିଁ ଯିବନାହିଁ

ହେଲେ ସ୍ବର୍ଗେ ନିଶୁଣୀ ନିଷ୍ଫଳ


ଅଳ୍ପ ଖୋଜ ମିଳିବ ଯେ ବେଶୀ

ଆୟୁ ବଢିଗଲା ଗୋଟେ ବର୍ଷ

କର୍ମ କିଛି ଭଲ କରିଯାଅ

ଜୀବନ ଜୀଇଁବୁ ହସି ହସି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract