STORYMIRROR

Jayashree Nanda

Romance Fantasy

3  

Jayashree Nanda

Romance Fantasy

ଗତିକା

ଗତିକା

1 min
182

ତୁମ ଚକ୍ ଚକ୍ ଆଖି ପାଖେ କଳା ଜାଇ,

ନାଲି ଗୋଲାପ ଉପରେ ଭଉଁରର ସ୍ଥିରତା

ପରି ଏକ ଅଭିନ୍ନ ଚନ୍ଦ୍ରମା ।

ତୁମେ ମୋ ଜୀବନର ଶୁକ୍ର ତାରା 

ମଉଜ ହିଁ ମଉଜ ,

ତୁମେ ସବୁବେଳେ ହିଁ ଜିତି ପାର,

ମୁଁ ବି ଖୋଲି ପାରେ ମୋ ହୃଦୟକୁ ତୁମ ପାଖେ

କେଜାଣି କେମିତି ଠିକ୍ ତୁମ ପରି,

ତୁମେ ଚିହ୍ନି ପାର ସମସ୍ତଙ୍କ ହୃଦୟକୁ,

ପଢ଼ି ବି ପାର ସମସ୍ତଙ୍କ ମନର ପ୍ରଚ୍ଛଦ ପଟକୁ।

ସୁନାର ଫରୁଆ ଭିତରେ, ରୂପାର କାଗଜରେ

କେଜାଣି କେତେ ମମତା , କେତେ ପ୍ରେମ

ଲେଖ ଯେ

ଥର ଟିଏ ପଢ଼ିଦେଲେ

ପୁରା ଜୀବନ ଟା ପ୍ରେମସିକ୍ତ ହୋଇଯାଏ।

ତୁମେ ମୋ ଅତୀତ,ତୁମେ ମୋ ବର୍ତ୍ତମାନ

ଆଉ ତୁମେ ହିଁ ମୋର ଶେଷ ଭବିଷ୍ୟତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance