STORYMIRROR

Samar Ballav Bhoi

Tragedy Inspirational

4  

Samar Ballav Bhoi

Tragedy Inspirational

ଗ୍ରୀଷ୍ମର ଦାଉ

ଗ୍ରୀଷ୍ମର ଦାଉ

1 min
251


ଫୁଟିଲାଣି ଧରା ଦିଶିଲାଣି ଖରା

ପ୍ରବାହିତ ଗରମ ପବନ ଝାଞ୍ଜି

ଶୁଖିଲାଣି ଏଠି ଜଳର ଭଣ୍ଡାର

ଗଛରେ ଶୁଖିଲା ରାଞ୍ଜି ।।


ଖାଲି ପାଦେ ଏଠି ଚାଲି ହେଉ ନାହିଁ

ଟହଟହ ତାତେ ପଥର ବାଲି

ଭୋକ ଲାଗେ ନାହିଁ ଶୋଷ ଲାଗେ ବେଶୀ

ପାଟି ଖୋଜେ ଥଣ୍ଡା ପାଣି ଖାଲି।।


ପଥିକ ଭାଇନା ଛତା ହାତେ ଧରି

ପାଖେ ରଖିଥାଏ ବୋତଲ ପାଣି

ଚାଲୁ ଚାଲୁ ସିଏ ଥକିପଡେ ଯେବେ

ବିଶ୍ରାମ ପାଇଁ ଖୋଜେ ଗଛର ଛାଇ।।


ଶ୍ରମିକ କୃଷକ ସଭିଏଁ ଲଢନ୍ତି 

ଜୀବନ ଜୀବିକା ପାଇଁ

ଗ୍ରୀଷ୍ମର ଦାଉ ବୁଝେନା ସେସବୁ

ବୋହି ଯାଏ ସାଇଁ ସାଇଁ।।


ଗ୍ରୀଷ୍ମ ପ୍ରବାହେ ଧରିତ୍ରୀ ମାଆକୁ

ସହିବାକୁ ହୁଏ ବଡ କଷ୍ଟ

ଉତ୍ତପ୍ତ ଚେହେରା ଜାଳି ପୋଡ଼ି

ସବୁ କରିଦିଏ ନଷ୍ଟ ଭ୍ରଷ୍ଟ।।


ସାରା ଦୁନିଆରେ ଗ୍ରୀଷ୍ମର ଦାଉ

ଦହଗଞ୍ଜ କରେ ଦିନରାତି

ତତଲା ପବନେ ଶରୀରଟା ଖାଲି 

ଝାଳରେ ବୁଡଇ ନିତି ନିତି।। 


ଗ୍ରୀଷ୍ମର ଦାଉ ସାଜେ ବଡ଼ ଶତ୍ରୁ

ସାଧାରଣ ଜୀବନ ଯାପନ ପାଇଁ

ଉତ୍ତପ୍ତ ଲହରୀ ସାଥେ କୃଷକ ଭାଇ

ଚଷୁଥାଏ କ୍ଷେତ ଜୀବିକା ବଂଚିବା ପାଇଁ।।  




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy