STORYMIRROR

Basanti Pattnaik

Classics Inspirational

4  

Basanti Pattnaik

Classics Inspirational

ଗ୍ରୀଷ୍ମ

ଗ୍ରୀଷ୍ମ

1 min
243


    ଗ୍ରୀଷ୍ମ

         ତୁମକୁ ସର୍ବେ ଡରନ୍ତି    

ତୁମ ଆଗମନକୁ

         ଶୀତଳତାର ଅସ୍ତ୍ର ରଖି

          ସ୍ବାଗତ କରନ୍ତି

     ତୁମେ ବଡ଼ ଅବୁଝା

           ତୁମ ତାପକୁ ବଢାଇ ଦିିିିଅ

     ଗୁଳୁ ଗୁଳି ରେ ଜୀବ

            ଡହଳ ବିକଳ ହୋଇ ସଢନ୍ତି

      ଥଣ୍ଡା ଫଳ ଥଣ୍ଡା ରସ ପିିଇ

             ନିଜକୁ ତୁମଠୁ ଦୂୂୂରେଇ ରଖନ୍ତି ।

      

      ତୁମରି ତେଜ ଅ‌ସହାୟ ହୁଏ

             ତ୍ରାହି ତ୍ରାହି ବୋଲି ପ୍ରକୃତି କହେ

       ତୁମଠୁ ସୁନ୍ଦର ଋତୁ କିଛି ନାହିଁ

              ଏ ମୂୂଢ ଜୀବ ବୁଝି ପୁଣି ଅବୁଝା ହୁଏ

        ତୁମ ଆଗମନେ ଏ ଧରା 

               ବାସ ଫୁଲ ରେ ମହକି ଉଠୁଛି

         ତାଳସଜ କାକୁଡି ତରଭୁଜ ରେ

              ପ୍ରକୃତି ଶୋଭା ରେ ଫାଟି ପଡୁଛି

         ଚାରିଆଡେ ଖାଲି ସଫା ସୁତୁରା

          ‌        ସନ୍ତସନ୍ତିଆ ନାହିଁ

         ବର୍ଷା ରାଣୀ ଆଗମନ ର

            ମୂଳ କାରଣ ତୁହି

      ଏହି ଋତୁର ଗୁଣାବଳୀ

          ସବୁଠାରୁ ନିଆରା

       ପ୍ରକୃତି ଜୀବର ସେବାରେ

            ଲାଗିଥାଏ ଅହରହ ପରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics