STORYMIRROR

ABADHOOT PANDA

Classics Others

3  

ABADHOOT PANDA

Classics Others

ଗ୍ରୀଷ୍ମ-ଗାଁ -ପରିମଳ

ଗ୍ରୀଷ୍ମ-ଗାଁ -ପରିମଳ

2 mins
140

ଗ୍ରୀଷ୍ମର ଝାଞ୍ଜି ପବନ ଦୋହଲାଇ ଦିଏ ମନ ପ୍ରାଣ

ଗାଉଁଲି ମାଇପିଙ୍କ ଘର ବିଲ ଅଗଣାରେ ନଥାଏ ମନ l


ଶଗଡ଼ ଗଡ଼ାଇ ବଳଦଙ୍କ ପିଠିରେ ପାଞ୍ଚଣ ପ୍ରହାରି

ହ ହ ସ୍ଵରେ ଚିଲେଇ ଉଠି ଶଗଡ଼ିଆ ଚାଲେ ହିଡ଼ ଧରି l


ବିଲ କାମ ସାରି ଚାଷୀ ରଇତ ଚାଷୁଣି ମୁଣ୍ଡେ ହଳା ନଦି

ଘର ମୁହାଁ ସେ ଯେ ପେଟ ଖାଲି ଥାଏ ଚାଲୁଥାଏ ଜଲଦି l


ଖଳା ବାଡ଼ିରେ ଶଗଡ଼ ଖୋଲି ବଳଦ ବାନ୍ଧି ପାଞ୍ଚଣ ରଖି

ବାମ୍ଫି ପାଣିରେ ଗୋଡ଼ ମୁହଁ ହାତ ଧୋଇ ଚାହେଁ ନିରିଖି l


ପେଟ ଭିତରେ ମୂଷା ଦଉଡ଼େ ଗଁ ଗଁ ଘଡ଼ ଘଡ଼ ଡାକ ଛାଡ଼ି

କୁଆଡ଼େ ଗଲ ହୋ ଦାମା ବୋଉ ଆଣ ଟିକେ ଶୁଖୁଆ ପୋଡ଼ି l


ସଜ ପଖାଳ ସାଙ୍ଗକୁ ଖଙ୍ଗା ଶୁଖୁଆ ପୋଡ଼ା ସୁଆଦିଆ ଭାରି

ମଦରଙ୍ଗା ଶାଗ କାକୁଡ଼ି ଖଣ୍ଡେ ଆମ୍ବୁଲ ଫଡାଏ ପାଟି ବିଦାରି


ପଶିଯାଏ ତର ବରେ ପେଟ ଭିତରେ ସହସା ମୂଷା ହୁଏ ତୁନି

ଢକ ଢକ ଶବଦେ ଗଳା ଫଟେଇ ତଳକୁ ଯାଏ ଗଳି ତୋନି l


ହାକୁଡ଼ି ମାରି ଚାଷୀ ପୁଅ ଆସନୁ ଉଠି ଧୁଏ ତା ମୁହଁ ହାତ

ସିଲଭର ଢାଳରୁ ନିଗାଡ଼ି ଝାଞ୍ଜି ମାଡ଼ ଖିଅ ଉଷୁମ ପାଣି ତ l


ଛଣ ଛାତ ଛପର ଘରେ ଦଉଡ଼ି ଖଟେ ଲୋଟି ପଡ଼େ ଚାଷୀ

ଡାକ ପକାଏ ଦାମା ବୋଉକୁ ହାଲିଆ ଗୋଡ଼କୁ ଦବାକୁ ଘଷି l


ଚୁଡ଼ି ଝମ ଝମ ଗୋଡ଼ ହାତ ମୋଡ଼ା ଚଲାଇ ଦାମା ବୋଉର 

ପଡ଼ି ଆସେ ଆଖି ଥମି ଯାଏ ହାତ ଚଟାଣେ ମସିଣା ସଅଳ l


ଘର ଧନ୍ଦା ସାରି ଉଦୁ ଉଦିଆ ଖରାରେ ଚାଳ ଘରେ ଶୁଆ

ଦେହ ମନକୁ କରଇ ହାଲୁକା ମାରି କ୍ଷେତ କାମ ହାଲିଆ l


ଲେଉଟେ ଛାଇ ଆଖି ଟିକେ ପକଉ ପକଉ ଚାଷୀ ଚାଷୁଣୀ

ଦୁଆର ମୁହେଁ ଛାଡ଼ନ୍ତି ବୋବାଳି ଯୋଡ଼ି ବଳଦେ ଫନି ମଣି l


ଚାଷୀ ବାପୁଡ଼ା ଧଡ଼ ପଡ଼ ଉଠି କୁଣ୍ଡା ପକାଏ ବଳଦ କୁଣ୍ଡେ

ଢାଳି ଦିଏ ପାଣି ଦିଗରା ଡବ ଡବ ସୁରେ ପୂରା ଲଣ୍ଡ ଭଣ୍ଡେ l


ଦଉଡ଼ି ଯାଇ ଆତୁରେ ଖୋଲି ଫାଟକ ଟାଣି ଫନି ମଣିଙ୍କୁ

ବେକ ପଘା ଧରି ଅଗଣାରେ ନେଇ ଆସଇ କୁଣ୍ଡ ପାଖକୁ l


ଗଁ ଗଁ ଶବଦେ ସୁଡ଼ୁ ସୁଡ଼ୁ କରି ଯାଆନ୍ତି ପିଇ କୁଣ୍ଡାତୋନୀକୁ

ଚାହୁଁ ଚାହୁଁ କୁଣ୍ଡ ହୋଇଯାଏ ଖାଲି ଲେଉଟି ଯାନ୍ତି ଗୁହାଳକୁ l


ଚାହୁଁ ଚାହୁଁ ହେଲେ ଅସ୍ତ ରବି ସଞ୍ଜ ବତୀ ଲଗାନ୍ତି ଚାଷୁଣୀ

ଚାଷୀ ଗଲେ ଭାଗବତ ଟୁଙ୍ଗୀ ବଜାଇବାକୁ ଭଜନେ ଖଞ୍ଜଣୀ l


ଭାଗବତ ପଢ଼ା ଶେଷେ ଚାଷୀ ଫେରିଲେ ସ୍ଵଗୃହକୁ ହର୍ଷ ମନେ

ଖାଇ ଚକୁଳି ପିଠା ତରକାରୀ ଶୋଇପଡ଼ିଲେ ସ୍ଵକର୍ମ ଚିନ୍ତନେ l


ପରଦିନ ସକାଳୁ ଉଠି ଚାଷୀ ଦମ୍ପତି ପୁଅକୁ ନେଇ ସାଥିରେ

ତିନିହେଁ ପଶିଲେ ଗୋଶାଳା ଭିତରେ ଗୋମାତା ସେବାରେ l


କେତେ ସୁନ୍ଦର ଏହି ଗାଁ ପରିମଳ ଆମ ଓଡିଶା ଭୂମିର ସତେ

ସଭିଏଁ ରହନ୍ତି ମଉଜେ ହସ ଖୁସି କରି ସୁଷମ ଭୋଜନ ପତ୍ରେ l


ସହରୀ ଜୀବନ ହେଲେବି ଆଡ଼ମ୍ବର ପୂର୍ଣ୍ଣ ନଥାଏ ସେଠି ମିଠା

ସମସ୍ତେ ମାତନ୍ତି ନିଜ ସ୍ୱାର୍ଥ ପୁର୍ଣ୍ଣେ ପରସ୍ପର ସମ୍ପର୍କ ଥାଏ ଖଟା l


ସରଳ ଗାଉଁଲି ଜୀବନ ଅଟଇ ସ୍ୱର୍ଗ ସୁଖ ମଣିଷ ପଣିଆ ଦାତା

ସହରିଆ ବାବୁ ଧୋବ ଫର ଫର ଜାଣନ୍ତିନି ଜମା ମାନବିକତା l


ଜଗନ୍ନାଥ ଦେଶ ଓଡିଶା ଆମର କେତେ ଆଶା ଭରସାର ଉତ୍ସ

ସାରା ପୃଥିବୀର ମଉଡମଣୀ ସେତ ଆଲୋକ ଦର୍ଶନେ ଉତ୍କର୍ଷ l



Rate this content
Log in

Similar oriya poem from Classics