STORYMIRROR

Ajita Mishra

Tragedy

3  

Ajita Mishra

Tragedy

ଗରିବ

ଗରିବ

1 min
364

ଚମ ଲୋଚାକୋଚା

ରୂପ ଭେକ ଇତସ୍ତତଃ

ବେଶଭୂଷା ଅବଶ ବିଷର୍ଣ୍ଣ

ଖରାତରା ଲୁହକୋହର

ଯନ୍ତାଳରେ ଦଗ୍ଧୀଭୂତ ହୁଏ

ମୁଁ ଗରିବ ମୋ କାହାଣୀ କହେ ...

ସାହି ଗଳି ଘର ସହର

ସବୁକିଛି ମୋର , ମୁଁ

କିନ୍ତୁ ମର୍ମାହତ

ମୋ ଅବସ୍ଥାର

ପବିତ୍ର ଅପବିତ୍ର

କିଛି ଜାଣେ ନାହିଁ

ପେଟ ପିଠି ଲାଗିଯାଇ

ସନ୍ତୁଳିତ ହୁଏ ବୋଲି

ମୂଲକୁ ଆଦରିନିଏ

ମୁଁ ଗରିବ ମୋ କାହାଣୀ କହେ ....

ପାଞ୍ଚ ବର୍ଷରେ ଥରେ

ମୋ ଚିତ୍ର ବଦଳେ

ଦରିଦ୍ର ଖୋଜା ଯାଏ

ଟ୍ରକ୍ ରେ ବୁହା ହୁଏ

କିଛି ବୁଝିବା ଲୋଡ଼ା ନାହିଁ

ଦୁଇ ଚାରିଘଡି଼

ଚଉକିରେ ବସି ତାଳି ମାରିଦେଲେ

ଘଣ୍ଟାକୁ ହଜାରେ ଦରକଷା ହୁଏ

ମୁଁ ଗରିବ ମୋ କାହାଣୀ କହେ ....

ଦରିଦ୍ର ଅକିଞ୍ଚନ

ଯୁଗ ନିର୍ମାଣରେ

ପ୍ରଥମ ସୋପାନ

ମଝିରେ ରହେ

ଚତୁର୍ପାଶ୍ୱରେ

ନାନାଦି କିସମ

ଯୋଜନା ହୁଏ

ସମୟର ସାରଣୀରେ

ଶ୍ରମର ଦାନ

ସଭିଙ୍କୁ ବୁଝାଏ ମାତ୍ର

ମୁଁ ଗରିବ ମୋ କାହାଣୀ କହେ ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy