ଗରିବ
ଗରିବ
ଚମ ଲୋଚାକୋଚା
ରୂପ ଭେକ ଇତସ୍ତତଃ
ବେଶଭୂଷା ଅବଶ ବିଷର୍ଣ୍ଣ
ଖରାତରା ଲୁହକୋହର
ଯନ୍ତାଳରେ ଦଗ୍ଧୀଭୂତ ହୁଏ
ମୁଁ ଗରିବ ମୋ କାହାଣୀ କହେ ...
ସାହି ଗଳି ଘର ସହର
ସବୁକିଛି ମୋର , ମୁଁ
କିନ୍ତୁ ମର୍ମାହତ
ମୋ ଅବସ୍ଥାର
ପବିତ୍ର ଅପବିତ୍ର
କିଛି ଜାଣେ ନାହିଁ
ପେଟ ପିଠି ଲାଗିଯାଇ
ସନ୍ତୁଳିତ ହୁଏ ବୋଲି
ମୂଲକୁ ଆଦରିନିଏ
ମୁଁ ଗରିବ ମୋ କାହାଣୀ କହେ ....
ପାଞ୍ଚ ବର୍ଷରେ ଥରେ
ମୋ ଚିତ୍ର ବଦଳେ
ଦରିଦ୍ର ଖୋଜା ଯାଏ
ଟ୍ରକ୍ ରେ ବୁହା ହୁଏ
କିଛି ବୁଝିବା ଲୋଡ଼ା ନାହିଁ
ଦୁଇ ଚାରିଘଡି଼
ଚଉକିରେ ବସି ତାଳି ମାରିଦେଲେ
ଘଣ୍ଟାକୁ ହଜାରେ ଦରକଷା ହୁଏ
ମୁଁ ଗରିବ ମୋ କାହାଣୀ କହେ ....
ଦରିଦ୍ର ଅକିଞ୍ଚନ
ଯୁଗ ନିର୍ମାଣରେ
ପ୍ରଥମ ସୋପାନ
ମଝିରେ ରହେ
ଚତୁର୍ପାଶ୍ୱରେ
ନାନାଦି କିସମ
ଯୋଜନା ହୁଏ
ସମୟର ସାରଣୀରେ
ଶ୍ରମର ଦାନ
ସଭିଙ୍କୁ ବୁଝାଏ ମାତ୍ର
ମୁଁ ଗରିବ ମୋ କାହାଣୀ କହେ ....
