STORYMIRROR

Bijaya Panda

Tragedy

3  

Bijaya Panda

Tragedy

ଗରିବଙ୍କ ବେଦନା

ଗରିବଙ୍କ ବେଦନା

1 min
263

ରଖ ତୁମ ମହାନତା ତୁମ ପାଖେ

ଦୁନିଆକୁ ଦେଖେଇ ହେବାକୁ

ଏ ଦାନ ଧର୍ମ, ଦୁଇ ମୁଠା ଚାଉଳ

ଆଉ ଫଟୋ ଉଠେଇ ସାରା ଜଗତରେ ଡିଣ୍ଡିମ ପିଟା .. !!


ଡାକ୍ତରଖାନା ନଯାଇ ପାରି ରୋଗୀ ମରିଯାଏ

ପଇସା ଅଭାବରୁ ଡାକ୍ତର ଖାନାରୁ ସ୍ତ୍ରୀର ଶବକୁ

ଘରକୁ ଆଣି ପାରେନି ସ୍ୱାମୀ,

ତାର ପ୍ରିୟ ଲୋକକୁ ଶେଷ ସମୟରେ

ଖୁସିରେ ଦେଖି ପାରେନି

କେହି ଶବର ହାତ ଗୋଡ଼ ଭାଙ୍ଗି ଅଖାରେ

ବାନ୍ଧି କାନ୍ଧରେ ବୋହି ଦଶ କୋଶ ଚାଲି ଚାଲି ଆସେ

ସେତେବେଳେ ସବୁ ମହାମହିମ ମାନେ କେଉଁଠି ଥିଲେ !


ପେଟ ପାଇଁ ମାଆ ଯେବେ ବିକିଦିଏ ଛୁଆ

ସେଇ ଗରିବକୁ କେହି କହେନି ଆହା

ତାମସା ଦେଖି ଯୁକ୍ତିତର୍କ ରେ ବ୍ୟସ୍ତ ସବୁ

ଗଣମାଧ୍ୟମରେ ନିଜର ଜ୍ଞାନୀପଣକୁ ଜାହିର କରିବାକୁ !

ରାତି ରାତି ଅବାଞ୍ଛିତ ହେଇ ରାସ୍ତା କଡ଼ରେ

ପଡ଼ି ରହିଥିଲା ବେଳେ

ତୁନଂ ସ୍ୱଉଚ୍ଚ ଅଟ୍ଟାଳିକାରେ ତୁମେ ଶୋଇ ଥିଲ

ଶାନ୍ତିର ନିଦ !


ପଲିଥିନ ତେ ଟାଙ୍ଗି ଆଶ୍ରୟଟେ ବାନ୍ଧିଲାବେଳେ

ଭାଙ୍ଗିଦେଲ ସବୁ ସ୍ୱପ୍ନ

ନାନା ଷଡ଼ଯନ୍ତ୍ର ରେ ଉଜୁଡ଼ିଗଲା ମୁଣ୍ଡ ଉପରୁ ସେ ଛାତ

ଶ୍ରମିକ ଟିଏ ହେଇ ଦୁଇ ପଇସା ଅର୍ଜିଲି

ସେଥିରୁ ବି ବଟି ନେଇଗଲ ଅଧା

କାହିଁକି ଏ ଗରିବାକୁ ଏତେ ବାଧା ?

ଜୀବନ ତୁମେ ବି ଲଭିଛ

ସେଇ ପେଟ ଚାଖଣ୍ଡଙ୍କ ପାଇଁ ତୁମେ ବି ତତ୍ପର

ସତ୍ତା ପାଇ ତୁମେ ଆତ୍ମ ବିଭୋର

ହେଲେ ଜାହିର କରିବାକୁ ତୁମ ଅଧିକାର

ଗରିବକୁ କାହିଁ ଏତେ ଅବିଚାର ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy