STORYMIRROR

Sambit Srikumar

Tragedy Classics Inspirational

3  

Sambit Srikumar

Tragedy Classics Inspirational

ଗରିବୀ

ଗରିବୀ

1 min
123


ଆମ ସମାଜେ ଗରିବୀ ଅଟଇ ରୋଗ

ନିର୍ମୂଳନ ଲାଗି ଲୋଡ଼ା ଉଦଯୋଗ

ଅଧ୍ୟବସାୟ କଠୋର କର୍ମ ସାଧନ

ଭିକ୍ଷାଦାନ ଅବା ସହାୟତା ପ୍ରଦାନ

କଦାପି ନୁହଁଇ ଏଇ ସମସ୍ଯାର ସମାଧାନ

ଯାହା ମିଳଇ ବୃଥା ପ୍ରୋତ୍ସାହନ।

ସତ୍ ଶିକ୍ଷା ସହିତ ସବୁରି ହାତକୁ କାମ

ସମ୍ବଳର ଉତ୍ତମ ସୁଷମ ବଣ୍ଟନ

ବିନା ଅସମ୍ଭବ ପରାୟ ଲାଗେ

ଆମ ଦେଶରେ ଦାରିଦ୍ର୍ୟ ଦୂରୀକରଣ

କେବଳ ଭାଷିଲେ ଫମ୍ପା ଭାଷଣ

ନହେବ କେବେ ବି ସଠିକ ନିଦାନ।

ଶୁଣ ହେ ସରକାର ବାହାଦୂର

ତୁଛାକୁ ନପିଟି ଡିଣ୍ଡିମ ଦାନର

ପ୍ରତ୍ୟକ୍ଷ ପରୋକ୍ଷ କର୍ମସଂସ୍ଥାନର

ଯୋଜନା କର ନିଷ୍ଠାରେ ପ୍ରଣୟନ

ହଟିବ ନିଶ୍ଚୟ କଳା ବାଦଲ

ଆସିବ ସବୁରି ଲାଗି ଶୁଭଦିନ।

ପ୍ରଚାର ସର୍ବସ୍ବ ନିର୍ବାଚନୀ ରଣନୀତି

ପରିହାରି ଯେବେ ହୋଇବ ପ୍ରଜାର

ସର୍ବାଙ୍ଗୀନ ଉନ୍ନତି ସହ ସନ୍ତୋଷ ବିଧାନ

ମର୍ଯ୍ୟାଦାରେ ସଭିଏଁ କରିବେ ପରିଶ୍ରମ

ମାଗଣାଖିଆ ମାନସିକତାରେ ହେବ ପରିବର୍ତ୍ତନ

ଗରିବୀ ଶବ୍ଦ ଦିନେ ହୋଇବ ନିଶ୍ଚିହ୍ନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy