STORYMIRROR

JITENDRA CHANDRA SAHOO

Classics Inspirational Children

4  

JITENDRA CHANDRA SAHOO

Classics Inspirational Children

ଗୃହପାଳିତ ପଶୁ

ଗୃହପାଳିତ ପଶୁ

1 min
394

ସକଳ ଜୀବଙ୍କୁ ଗଢିଲେ ବିଧାତା

ସୃଷ୍ଟିର ନିୟମ ଦେଇ 

ଶ୍ରେଷ୍ଠ ଜୀବ ବୋଲି ମାନବ ବୋଇଲା

ବାକି ଗଲେ ପଶୁ ହୋଇ।

ନିଜ ହିତ ପାଇଁ ରଖିଲା ପାଖରେ

ଆଦର ଯତ୍ନଟି ନେଇ

ସଉକ ସୁବିଧା କରିଲା ହାସଲ 

ଦାନା ପାଣି ମୁଠେ ଦେଇ ।

କ୍ଷୀର,ଛେନା, ସର ଚାଷକୁ ଗୋବର

ଗୁହାଳେ ରଖଇ ଗାଈ

ଗୋମାତାର ପୁଅ ହୁଅଇ ବଳଦ

ଜମି ହଳ କରେ ସେହି ।

ସବୁଠୁ ବିଶ୍ଵସ୍ତ ସୁରକ୍ଷାରେ ବ୍ୟସ୍ତ

ଜୀବନ ତା'ର ଅଟଇ

ସୁରକ୍ଷା ବଳୟ ସୃଷ୍ଟି କରିଥାଏ

କୁକୁର ନାମ ବୋଲାଇ ।

ପବନର ବେଗ ଦଉଡଇ ସେତ

ପିଠି ପରେ ନିଏ ବୋହି

ଯୁଦ୍ଧ କ୍ଷେତ୍ରେ ଲୋଡ଼ା ହେଉଥିଲା ଘୋଡା

ଇତିହାସେ ଅଛି ରହି ।

ଦୂର ବଜାରକୁ ବଣିଜ ପାଇଁ କି

ପିଠିରେ ସେ ନିଏ ବୋହି

ଗଧ ନାମ ପାଇଁ ଟାପରା ସହଇ

ତିଳେ ଦୁଃଖ ତା'ର ନାହିଁ ।

ଅର୍ଥ ଉପାର୍ଜନ ଜିଭର ଲାଳସା

ଜୀବନ ବଳି ଦିଅଇ

ଗଣ୍ଡା ଗଣ୍ଡା ମେଣ୍ଢା,ଛେଳି ଖାଏ ହଣା

ଅନ୍ୟର ସଉକ ପାଇଁ ।

ଗୃହରେ ପାଳିତ ପଶୁ ମୋର ନାମ

ଦିଏ ନୂଆ ନାମ କେହିି

ପ୍ରକୃତ ନାମକୁ ପଚାରେ ବା କିଏ

ସବୁ ଦେଖି ଯାଏ ସହି ।

   



Rate this content
Log in

Similar oriya poem from Classics