STORYMIRROR

Bharatabandhu Biswal

Tragedy Inspirational Others

4  

Bharatabandhu Biswal

Tragedy Inspirational Others

ଗୃହବନ୍ଦୀ

ଗୃହବନ୍ଦୀ

1 min
156


କରୋନା କାରଣୁ ଭୟ ଆତଙ୍କିତ

ଆମ୍ଭେ ସର୍ବେ ଗୃହବନ୍ଦୀ

ନବ କୋଭିଡର ବ୍ୟାପେ ମହାମାରୀ

ବିଶ୍ବ ସାରା ମହାମନ୍ଦୀ ।

ଚାଲୁ ନାହିଁ ରେଳ ଗାଡ଼ି ବା ମଟର

ଯାତାୟତ ପୂରା ଠପ

କଳକାରଖାନା ବେପାର ବଣିଜ

ସବୁଠି ଝୁଲେ କୋଲପ ।

ଯାନି ଯାତ୍ରା ପୂଜା ପାର୍ବଣେ ଲାଗିଛି

ଆଇନତଃ କଟକଣା

ବିବାହ ଉତ୍ସବ ଶ୍ରାଦ୍ଧ ଓ ତର୍ପଣେ

ବେଶୀ ଲୋକ ଜମା ମନା ।

ମନ୍ଦିର ଭିତରେ ଦିଅଁ ଦରଶନ

ଭକ୍ତ ପାଇପାରେ ନାହିଁ

କରୋନା ଲହର ଯାଏ ବଢି ବଢି

ଶୁଭେ ଖାଲି ତ୍ରାହି ତ୍ରାହି ।

ଘରେ ବସିଛନ୍ତି ପଢୁଆ ପିଲାଏ

ସ୍କୁଲ କଲେଜ ବନ୍ଦ

ଏକ ସ୍ୱରେ ସର୍ବେ ଡାକନ୍ତି ଈଶ୍ୱର

ଜୀବନ କର ସ୍ୱଚ୍ଛନ୍ଦ ।

ସରକାରୀ ସ୍ତରେ ଉପଦେଶାବଳୀ

ଜନ ସତର୍କ ସୂଚନା

ଜାରି ହୋଇଅଛି କଠୋର ନିୟମ

ଦଣ୍ଡବିଧି ସଚେତନା ।

ଚାଲୁ ରହିଅଛି ନବ ଉଦ୍ଭାବିତ

ଟୀକାକରଣର କାର୍ଯ୍ୟ

ସମ୍ଭାବ୍ୟ ଆକ୍ରାନ୍ତ ବୟସ୍କ ଲୋକଙ୍କୁ

ଦିଆଯାଉଛି ପ୍ରାଧାନ୍ୟ ।

ତ୍ୱରିତ ଭାବରେ ସରବ ଜନୀନ

ଟୀକାକରଣ ପ୍ରକ୍ରିୟା

ହେଉ ସମାପନ ଚାହାଁନ୍ତି ସମସ୍ତେ

ଭଲ ଓ ଉଚିତ ଏହା ।

ବିପର୍ଯ୍ୟୟ ବେଳେ ଦୃଢ଼ତା ସହିତ

ସମସ୍ତେ ହୋଇବା ଠିଆ

ମହାମାରୀ ସହ ଏକାଠି ଲଢିବା

ନିଶ୍ଚିତ ଆମେ ଜିତିବା ।

  ------


Rate this content
Log in

Similar oriya poem from Tragedy