ଗୃହବନ୍ଦୀ
ଗୃହବନ୍ଦୀ
ପ୍ରକୃତିର ସର୍ବଶ୍ରେଷ୍ଠ ସୃଷ୍ଟି ମଣିଷ ଓ ତାର ପରାକାଷ୍ଠା
କୋଣ ଅନୁକୋଣରେ ଖଞ୍ଜି ଦେଇଛି ତା ପାଇଁ ସମ୍ପଦର ଭଣ୍ଡାର
ନଭଶ୍ଚୁମ୍ବୀ ଆକାଶ, ନୀଳାଭ ଆକାଶ,
ଶିଳାରେ ତିଆରି ପ୍ରଶସ୍ତ ବକ୍ଷଦେଶ
ଆଉ ସବୁଜିମାର ଲହରୀ
ମଣିଷ ମୁକ୍ତ ନିଃଶ୍ୱାସ ଛାଡି ଉପଭୋଗ କରୁଥିଲା ପ୍ରକୃତିର ପ୍ରତିଟି ଅବଦାନକକୁ
ତାରି କୋଳରେ ଲୋଟି ଭୁଲିଯାଉଥିଲା ସକଳ ବ୍ୟଥାକୁ, ଯନ୍ତ୍ରଣାକୁ
ଭଲ ପାଉଥିଲା ସମାଜକୁ, ମଣିଷକୁ, ସମ୍ପର୍କକୁ
ମାତ୍ର ;ଆଜି ସବୁକିଛି ଭିନ୍ନ, ସବୁକିଛି ପରିବର୍ତ୍ତିତ, ସବୁକିଛି ଅଜଣାରେ ଭରା
ମଣିଷର ସମସ୍ତ ସ୍ୱାଧୀନତା ଆଜି ଲୁଣ୍ଠିତ
ସବୁଆଡେ ନିୟନ୍ତ୍ରଣ, ସବୁଆଡେ ପ୍ରତିବନ୍ଧକ
ସିଏ ଆଜି ଗୃହବନ୍ଦୀ
ଗୃହର ଚାରିକାନ୍ଥ ଭିତରେ ନିଜର ନିଃସହାୟ ଜୀବନ
ଉପରକୁ ଚାହିଁ କେବଳ ତତଲା ନିଃଶ୍ୱାସ ଛାଡ଼ିବା ଛଡା ନାହିଁ କିଛି ଅନ୍ୟ ଉପାୟ
ସବୁଆଡେ ନିର୍ଜନତା, ସବୁଆଡେ ଶୂନ୍ୟତା
ନାହିଁ ଏଠି କୋଳାହଳ କି ସମ୍ପର୍କର ସ୍ୱର
ସମସ୍ତେ ଆଜି ମହାମାରୀର ଅତ୍ୟାଚାରରେ ଗୃହବନ୍ଦୀ
ଆଉ ଜୀବନର ନୂତନ ପୃଷ୍ଠାରେ ଲେଖୁଛନ୍ତି କିଛି ଅଭିନବ କାହାଣୀ ||
