ଗୃହବନ୍ଦୀ - 7
ଗୃହବନ୍ଦୀ - 7
ଏଇ କାଲିର କଥା...
ଗତ କାଲି ରାତିଟା
ଅନିଦ୍ରା ରେ ବିତିଗଲା,
ଫର୍ଦ୍ଦ ପରେ ଫର୍ଦ୍ଦ
ତୁମ ସ୍ମୃତି -------
ମାନସ ପଟରେ
ଧାରାବାହିକର ଭ୍ରମ ସୃଷ୍ଟି କଲା ll
ନିର୍ଜୀବ ବସ୍ତୁ କୁ ଜାବୁଡ଼ି ଧରି,
ଖାଲି କଡ ଲେଉଟାଇବା
ସାର ହେଲା ସିନା ---------
ପାହାନ୍ତି ସ୍ଵପ୍ନଟା
ସତ ହେଉ ହେଉ,
ନିଦ ଭାଙ୍ଗିଗଲା ll
ସକାଳେ କପେ ଚା,
ଆଉ ଖଣ୍ଡେ ବିସ୍କୁଟକୁ
ଚୁମ୍ବନ ଦେଉ ଦେଉ ;
ପ୍ରାତଃ ରୁଟିନ୍ ର ଗୋଟେ ବ୍ଲୁପ୍ରିଣ୍ଟ -----
ମନେ ମନେ ସ୍କେଚ୍
ହେଇ ସାରିଥିଲା ll
ଭାବିଲି ତୁମ ପାଇଁ ଗୋଟେ,
ସୁନ୍ଦର ଉପହାର
ମୋ ନିଜ ହାତରେ,
ତିଆରିବି ଆଉ ------
ଜନ୍ମ ଦିନରେ ତମକୁ
ଉପହାର ଦେବି ll
ଗୃହବନ୍ଦୀର ସପ୍ତମ ଦିନଟି
ବେଶ୍ ବ୍ୟସ୍ତତାରେ
କାଟି ପାରିବି ବୋଲି ;
ମନେ ମନେ
କରୋନାକୁ ଅନାଗ୍ରହ
ଧନ୍ୟବାଦ ଦେଉଥିଲି ll
