STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ଗୃହ ଉଦ୍ୟାନେ

ଗୃହ ଉଦ୍ୟାନେ

1 min
343

ଗୃହର ଉଦ୍ୟାନେ ଅଛି ନିମ୍ ଗଛଟିଏ

ପଡ଼ି ତାରଛାଇ ତହିଁ ଶୀତ ଦେଉଥାଏ,

ଚେୟାର ଉପରେ ବସି ଧ୍ୟାନେ ଲେଖୁଥାଏ

କବିତା ରଚନା ଯତ୍ନେ ଯହିଁ କରୁଥାଏ।


ଉଦ୍ୟାନର ପୁଷ୍ପ ତହିଁ ଗନ୍ଧୀ ହେଉ ଥାଏ

ଶବ୍ଦ ହୃଦୟରୁ ତହିଁ ଧ୍ୟାନେ ଗୁଞ୍ଜୁ ଥାଏ,

ରାଷ୍ଟ୍ର ଭକ୍ତି ପ୍ରଭୁ ଭକ୍ତି ଭାବ ଜାଗୁ ଥାଏ

ଏକ ଧ୍ୟାନ ଏକ ମନ ପ୍ରାଣ ହୋଇ ଥାଏ।


ସକାଳ ସମୟ ଦିଶେ ଅତି ମନୋହର

ଶୀତଳ ସମୀର ପୁଣି ବୈଶାଖ ମାସର,

ପୁଷ୍ପର ସୁଗନ୍ଧ ତହିଁ ଗୃହ ଉଦ୍ୟାନର

ହୁଏ କବିର କଳ୍ପନା କବିତା ରୂପର।


ଆଗନ୍ତୁକ ଜଣେ ଗୃହେ ପ୍ରବେଶ କରିଲେ

ସୁମଧୁର ସ୍ବରେ ତହିଁ ଗୀତକୁ ଗାଇଲେ,

ଦୁଃଖ ଓ ଯନ୍ତ୍ରଣା ଗୀତ ସ୍ବରରେ ଗାଇଲେ

କବିତା ରଚନା ମୋର ଧ୍ୟାନୁ ଦୂର କଲେ।


ଆକର୍ଷିତ କଲା ତୋର ସଙ୍ଗୀତ ଟି ମତେ

ଭଲଭାବେ ଶୁଣା ବିପ୍ର ସଙ୍ଗୀତକୁ ମତେ,

ମନ୍ତ୍ର ମୁଗ୍ଧ କଲା ଦୁଃଖ ଓ ଯନ୍ତ୍ରଣା ମତେ

ଦେଉ ଅଛୁ ଶିକ୍ଷା ବିପ୍ର ଜନଜନେ ହୀତେ।


ମୁହିଁ ପରା କବି ଭାଇ ତୁ ପରା ଗାୟକ

କି ଦେଲେରେ ଖୁସ ତୁହି ହେବୁ ଆଗନ୍ତୁକ,

କୁହ ଶୀଘ୍ର ଭାଇ ତୁହି ମୋ ମନ ରସିକ

ଦୁହିଁଙ୍କରେ କଳା ପରା ଏକ ହିଁ ରୂପକ।


ସକାଳୁ ସକାଳୁ ମୁହିଁ ଧନ୍ୟ ହେଲି ଆଜି

ଯନ୍ତ୍ରଣା କବିତା ମୁହିଁ ଶୁଣିଲିଟି ଆଜି,

ଜଗନ୍ନାଥ ପ୍ରଭୁ ଦୟା ପଡ଼ିଲା କି ଆଜି

ବିପ୍ରଙ୍କ ସଙ୍ଗୀତ ମୁହିଁ ଶୁଣିଲି ଟି ଆଜି।


ମାଗ ବିପ୍ର ତୋର ଇଚ୍ଛା ଯେଉଁ ପଦାର୍ଥରେ

ପୂରଣ କରିବି ବିପ୍ର ଅବଶ୍ୟ ତାହାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational