STORYMIRROR

Ashok Kumar Pradhan

Romance

3  

Ashok Kumar Pradhan

Romance

ଗୃହ ବନ୍ଦୀ - 2

ଗୃହ ବନ୍ଦୀ - 2

1 min
12K


ଶୁଭ ସକାଳର ସୁନେଲୀ କିରଣେ

ଝଟକେ ତୁମରି ଅଙ୍ଗ, 

ସେ ଅଙ୍ଗବଲ୍ଲରୀ ମହକେ ମାଦକ 

ପାଇ ହୁଏ ନାହିଁ ସଙ୍ଗ ll


ଶୁଭଲଗ୍ନା ତୁମେ ଯୋଗଜନ୍ମା ହୋଇ 

ମୋ ଜୀବନେ ଭରି ରଙ୍ଗ, 

ଶମୟିତା ଶତଭିକ୍ଷା କରେ ତବ 

ପ୍ରେମରେ ଅଛି ମୋ ଭାଗ ll


ଶୟନେ ଶମିତ ଆଳସ୍ୟ ବ୍ୟସନ 

ଅବଶ ଶରୀର ଭାଗ, 

ଶାଣିତ ନାସିକା ମୁଖ ବିଭାବରୀ 

ଲେଲିହାନ ଅସ୍ତରାଗ ll


ଶାଳିନ କୂଳୀନ ରକ୍ଷଣଶୀଳ

ମନ୍ଦ ମନ୍ଦ ଚଲାପାଦ, 

ଶିକୁଳି ବିଚ୍ଛିନ୍ନ ଉପଭୋଗ୍ୟ ଆଶେ 

ପ୍ରେମଭିକ୍ଷୁ ଅନୁରାଗ ll


ଶୁକ୍ତିଜ ଗୋପନ ଶୁକ୍ତିକା ମଧ୍ଯେ 

ପ୍ରକାଶନେ ଅବିଳମ୍ବ, 

ଶୁଦ୍ଧାନ୍ତ ଶୁଦ୍ଧି ଶୁଭ ଶୁଭ୍ର ଦନ୍ତ 

ପଙକ୍ତି ଗୁଚ୍ଛ ପ୍ରତିବିମ୍ବ ll


ଶେଫାଳିକା ଶଯ୍ୟା ଶୈତ୍ଯ ଶୈଥିଲ୍ୟ 

ରସାକର୍ଷଣେ ବ୍ଯଗ୍ର, 

ଶ୍ରାନ୍ତ କ୍ଲାନ୍ତ ସ୍ବେଦ ପ୍ରବାହେ ସ୍ନିକ୍ତ 

ଯଶବାନ ଶୌର୍ଯ୍ୟ ବୀର୍ଯ୍ୟ ll


ଶୁଭଲକ୍ଷ୍ମୀ ସାଜି ପ୍ରବେଶିଲ ମନେ 

ପ୍ରେମରେ ଅତଳଗର୍ଭ, 

ଶ୍ରଦ୍ଧାଭାବେ କରେ ତବ ଗୁଣଗାନ 

ସ୍ବପ୍ନ ନୁହେଁ ଏ ବାସ୍ତବ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance