STORYMIRROR

Niranjan Sahu

Inspirational Others

3  

Niranjan Sahu

Inspirational Others

"ଗର୍ବ" ର ବିସ୍ଲେଶଣ

"ଗର୍ବ" ର ବିସ୍ଲେଶଣ

1 min
212


ଗର୍ବ ଅଟେ ବନ୍ଧୁ ଏମିତି ଗୁଣ ଟେ

         ନଷ୍ଟ କରିଦିଏ ଜୀବନ

ଗର୍ବ ଅଟେ ବନ୍ଧୁ ଏମିତି ଭାବ ଟେ

         ଭାଙ୍ଗିଦିଏ ସବୁ ସପନ,


ଗର୍ବ ଅଟେ ବନ୍ଧୁ ଏମିତି ଅସ୍ତ୍ର ଟେ

         କାଟିଦିଏ ସବୁ ସମ୍ପର୍କ

ଗର୍ବ ଅଟେ ବନ୍ଧୁ ଏମିତି କଳା ଟେ

       ବୋଳି ଦିଏ କାଳୀ କଳଙ୍କ,


ଗର୍ବ ଅଟେ ବନ୍ଧୁ ଏମିତି ସମ୍ପତି

       ବନ୍ଧୁ କୁ ଦୁରେଇ ଦିଏ

ଗର୍ବ ଅଟେ ବନ୍ଧୁ ଏମିତି ଶତ୍ରୁ ଟେ

      ସବୁଠୁ ଦୁରେଇ ଦିଏ


ଗର୍ବ ଠୁଁ ଯିଏ ଦୂରରେ ରହିଲା

     ସମସ୍ତଙ୍କ ପାଖେ ଆଦର

ଗର୍ବ କୁ ଯିଏ ନିଜର କରିଲା

      ସମସ୍ତଙ୍କ ପାଖେ କୁକୁର,


ଗର୍ବ ହେଉଛି ଏମିତ ମିତ୍ର ଟେ

      ଜୀବନ କୁ କରେ ବେକାର

ଅତି ଗର୍ବରେ ଲଙ୍କାହତ ହୁଏ

       ସମସ୍ତ ଙ୍କୁ ଅଛି ଗୋଚର,


ଗର୍ବ ଅହଙ୍କାର ପରିତ୍ୟାଗ କଲେ

      ସମସ୍ତ କରିବେ ଆଦର

ସମସ୍ତ ଙ୍କ ପାଖେ ଆଦର ପାଇଲେ

      ମଣିଷରେ ଗଣା ହୋଇବ....


କେତେବେଳେ କିଏ ସଂସାର ଛାଡିଛି

       ଏ କଥା କିଏ ବା ଯାଣିଛି

ସମସ୍ତ ଙ୍କୁ ନେଇ ଯିଏ ଚଳିଥାଏ

       ଗଲା ପରେ ପୂଜା ପାଇଛି


Rate this content
Log in

Similar oriya poem from Inspirational