ଗ୍ରାଫ..
ଗ୍ରାଫ..
ଏଠି ଶବ୍ଦର ଶିକୁଳିରେ
ବନ୍ଧା ଅର୍ଥର ସ୍ତବକ..
ଶବ୍ଦର ପ୍ରହେଳିରେ
ରୂନ୍ଧା ସ୍ୱପ୍ନର ମୂଲକ..!
ଏ ଶବ୍ଦର ସୃଜନୀରେ
ବୁଡି ଗଲେ ଥରେ,
ଭାଷା ଓ ଭାବରେ ଭରେ
ଅନେକ ଅର୍ଥର ବୋଧକ,
ଶବ୍ଦର କୁହେଳିରେ ଏଠି
ଭିଜି ଗଲେ ଥରେ, ସେ
ଭାବ ଓ ଲୟରେ ସାଜେ
ଗୁଢ ଅର୍ଥର ସଂକେତ..!
ଭାଷାର ପରିଧିରେ କେବେ
ପାରି ହେଲେ ଥରେ,
ଶବ୍ଦ ସଂଯୋଜନୀ ସାଜେ
ଅଥଳ ଗଭୀର ସମୁଦ୍ର,
ଶବ୍ଦ ନିକ୍ୱଣରେ ଝୁମି ଗଲେ
ଥରେ,ସେ ଶବ୍ଦ ଭେଦରେ
ସାଜେ ଅସୀମ ଆକାଶ..!
ଏଠି ରାସ୍ତା ବି ତ ଏକ,
ଥାଏ ମୋଡ଼ ଯେ ଅନେକ,
ଏଠି ପଥ ବି ତ ଏକ,
ହେଲେ ପନ୍ଥା ଅନେକ,
ଥାଉ ଯେତେ କଣ୍ଟା ଫୁଲ,
ଥରେ ଫୁଟି କି ତ ଦେଖ୍,
ଫୁଲ ହେଉ ପ୍ରସ୍ଫୁଟିତ,
ଥରେ ଚାଲିବା ତ ଶିଖ୍,
ରାସ୍ତା ହେଉ କୁସୁମିତ,
ଥାଉ ବାସ୍ତବତାର ସ୍କେଚ,
ଆଂକୁ ହୃଦୟରେ ଗ୍ରାଫ..!

