STORYMIRROR

Sagar Kumar Parida

Abstract

3  

Sagar Kumar Parida

Abstract

ଗ୍ରାମ ଶ୍ମଶାନ

ଗ୍ରାମ ଶ୍ମଶାନ

1 min
206

ଗ୍ରାମର ଶେଷ ପ୍ରାନ୍ତରେ ନିର୍ଜନ ନିସ୍ତବ୍ଧ ତାରେ

          ଭୟାତୁର ପରିବେଶ ମଧ୍ୟେ

ପ୍ରକାଣ୍ଡ ବରଗଛଟେ ତାଳଗଛ ଧାଡ଼ିକେତେ

         ଶୋହୁଛି ତୁମର ଚଉହଦେ ।।

ସରକାରୀ ପ୍ରୋତ୍ସାହନ ଗୃହ ହୋଇଛି ନିର୍ମାଣ

         ଆଶ୍ରୟାର୍ଥେ ଶବଦାହୀ ଗଣ

ଅନେକ ସମାଧି ମାନ ବିରାଜେ ତୁମରି ସ୍ଥାନ

          କରିବାକୁ ସ୍ମୁତି ରୋମନ୍ଥନ ।।

ସ୍ଥାନେ ସ୍ଥାନେ ଦିଶେ ଦୃଶ୍ୟ ପୋଡା ଅଙ୍ଗାର ଅବଶ୍ୟ

             ତା ମଧ୍ୟରେ ଶବ ଅସ୍ଥିମାନ

ଅର୍ଦ୍ଧଦଗ୍ଧ କାଠଗଣ୍ଡି ଭଙ୍ଗା ଛାଞ୍ଚୁଣୀ କୁଲାଟି

           ଭଙ୍ଗା ମାଠିଆ ଖଟିଆ ମାନ ।।

ଲୋକଙ୍କ କଳ୍ପନା ରାଜ୍ୟେ ତୁମ ଛବି ଭାସିଆସେ

          ତୁମେ ଅଟ ବିକଟାଳ ସ୍ଥଳ

ରାତ୍ରେ ପ୍ରେତ ଚିରୁଗୁଣୀ ଵ୍ରହ୍ମରାକ୍ଷସ ଡାହାଣୀ

          ବୁଲୁଥାନ୍ତି ହୋଇ ଦଳ ଦଳ ।।

ବିଲୁଆ କୋକିଶିଆଳୀ ହେଟାବାଘ ଛୁଆଧରୀ

         ରାତ୍ରେ କରି ଭୟଙ୍କର ଶବ୍ଦ

ଚିଲ ଶାଗୁଣା ଗର୍ଜନ ସଙ୍ଗେ କାଉ ରାଵ ତାନ

          କରୁଥାନ୍ତି ଦିନେ ଭୀତତସ୍ତ ।।

ମଶାଣି ସାଧକ ଗଣ ଧରି ଭିନ୍ନ ଦ୍ରବ୍ୟ ମାନ

          ରାତ୍ରେ ତୁମ ସ୍ଥଳକୁ ଆସନ୍ତି

ସାଧନା କରି ସମାପ୍ତ ଦେବୀଙ୍କୁ କରନ୍ତି ପ୍ରୀତ

        ଲୋକ ମୁଖୁ ଶୁଣିଛି ମୋ ସ୍ମୃତି ।।

ଜାତି ଧର୍ମ ବର୍ଣ୍ଣ ଶେଷେ ପହଞ୍ଚନ୍ତି ତୁମ ପାଶେ

         ଭିନ୍ନତାକୁ ଦେଖନାହିଁ ତୁମେ

ସମାଜକୁ ଏହିବାର୍ତ୍ତା ଦିଅ ତୁମେ ନୀତି ଶିକ୍ଷା

        ପ୍ରେମେ ସ୍ନେହେ ବଞ୍ଚ ଏ ମରତେ ।।

ଛାଡ ମିଛ ଅହମିକା ହିଂସା ବାଦ କୁଟୀଳତା

           ଏଠି କିଛି ନୁହେଁ ଚିରସ୍ଥାୟୀ

ରାମ ନାମ ଏକା ସତ୍ୟ ଜୀବନ ଅଟେ ଅନିତ୍ୟ

           ତୁମେତ ଚେତାଉ ଅଛ ରହି ।।

କବି-ସାଗର କୁମାର ପରିଡା

ରାଇଘର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract