STORYMIRROR

Deepak Kumar Mishra

Inspirational

3  

Deepak Kumar Mishra

Inspirational

ଗୋଠଛଡା

ଗୋଠଛଡା

1 min
351


ମୁଁ, ଏକଲା, ଅଲଗା ଓ ଭିନ୍ନ

ବାରମ୍ବାର ଭୁଲକରି

ଶ୍ରେଣୀରେ ଏକ ଗୋଡ଼ରେ ଛିଡା

ହୋଇଥିବା ଜିଦ୍ଦିଆ ପିଲାଟି ପରି

ଦୁଇ ବେଣୀ ନ'କରି

ଚୁଟି ଛାଡିଥିବା ଅମାନିଆ ଝିଅଟି ପରି

ମୁଁ ବିଦ୍ରୋହୀ ମୁଁ ଗୋଠଛଡା

ମୁଁ ସ୍ୱତନ୍ତ୍ର l


ଭିଡ଼ ଭିତରେ ଚାଲିବାକୁ

ଲାଗେ ମୋତେ ଭୟ

ମୋର ପୃଥିବୀ, ତାରା, ଜହ୍ନରେ ଆଗ୍ରହ

ଲକ୍ଷ୍ୟ ମୋର ପରିବର୍ତନ

ପହଁରା ମୋ' ଅହରହ ସ୍ରୋତର ଉଜାଣି ସୁଅରେ l


ମୁଁ କରେ ଆବିଷ୍କାର, କରେ ଉଦ୍ଦଭାବନ

ମୁଁ, ସାହିତ୍ୟିକ , ଦାର୍ଶନିକ, ବିଜ୍ଞାନୀ

ମୁଁ, ଭାସ୍କୋଡାଗାମା, ଗ୍ୟାଲିଲିଓ , ନ୍ୟୁଟନ

ମୁଁ, ଗାନ୍ଧୀ, ଗୋପବନ୍ଧୁ, କାଲାମ, ବିଜୟ

ମୁଁ ହୁଏ ନିନ୍ଦିତ , ବନ୍ଦୀ ଓ ଦଣ୍ଡିତ

ତଥାପି ମୁଁ ଏକଲା, ଅଲଗା ଓ ଭିନ୍ନ l


ଭିଡ଼ ଭିତରେ ରହି ନାହିଁ ବୋଲି ତ

ମୁଁ ଆଜି ଜୀବିତ l


ମୁଁ ପ୍ରଶ୍ନ ପଚାରିଛି

ମୁଁ ପ୍ରଥା, ବ୍ୟବସ୍ଥା ବିରୋଧରେ

ଲଢେଇ କରିଛି

ମୁଁ ଗାଇଛି ସଂଗ୍ରାମର ଗୀତ

ମୁଁ ଚାଖିଛି ସ୍ୱତନ୍ତ୍ରତାର ସ୍ୱାଦ

ମୁଁ ଚଢ଼ିଛି ଫାଶୀର ଖୁଣ୍ଟରେ

ତଥାପି ବଞ୍ଚିଛି ,ରହିଥିବି ଯୁଗ ପରେ ଯୁଗ ହୋଇ ଏକ ମାଇଲ ଖୁଣ୍ଟ

ମୁଁ, ସବୁବେଳେ ଗୋଠଛଡା

ଏକଲା, ଅଲଗା ଓ ଭିନ୍ନ l




Rate this content
Log in

Similar oriya poem from Inspirational