ଉପଦେଶ ଦେଲେ କେହି ନେଉନି
ମାଟିମାଆକୁ କହିଲି
ନିଜେ ନେଇ ପରଖି ସବୁ ଅଣ୍ଟିରେ
ରଖି ଶୁଣିବୁ କୋଇଲି
ଅନ୍ୟର ପ୍ରଶଂସା କଲେ କହି ମିଠା ବୋଲି
ଜୟ ଜୟକାର ଖାଲି
କିଏ ପବନ ପରି ଚଗଲି ତ ସାଧବୋହୁ
ଭାରି ଫୁଲେଇ ନହୁଲି
କାହା କଥା ଶୁଣିବାକୁ ଏଠି ସଭିଏଁ
ଓଳିଆରୁ ପଡି ଗଜା ବା କବାଲି
ଶୁଣୁ ନଶୁଣୁ ନିଜେ ଶୁଣି କାମ କଲେ
ହୋଇବୁ ନିଶ୍ଚୟ ଅସଲି
ତଅପୋଇ ଯେମିତି ଚଗଲିରୁ ପାଗେଲି
ହେଉ ହେଉ ସ୍ୱର୍ଗ ଗଲା ଚାଲି
ନଈଟା ବର୍ଷାରେ ବେହାଲ ଫୁଲି ଫୁଲି
ଦୁଇକୂଳ ଲଙ୍ଘିଲି ବୋଲି ଛାଡ଼ି ବୋବାଳି
ଯେମିତି ସୁନାମୀ କଲମୀ ଆଜିକାଲି
ବନ୍ୟା ବାତ୍ୟା ମରୁଡି ପ୍ରକୋପ ଅଢେଇ ଦିନ
ପ୍ରଜାପତି କହେ ବୁଝିଗଲି
ଏଣେ ମାରିଲେ ଗୋହତ୍ୟା ପରି ପାପ
ତେଣେ ମାରିଲେ ଚୁଲିକି ଗଲି
କହି ମଲି ମଲି
କାହାର ଗରଜ ପଡିଛି ଖାଲି
ଉପଦେଶ ଅପଯଶ ହୋଇ ଆସେ
ବୁମେରାଂ ପରି ନିଜ ପାଖକୁ ବୁଲିଚାଲି
ବଡ଼ ସାନ ମାନ ଅଭିମାନ ରାଗ ରୁଷା
ତୁଚ୍ଛା ପାଉଁଶ ନିଆଁ ରଡ଼ ଚୁଲି