ଗୋପଲୀଳା
ଗୋପଲୀଳା
ଢଳି ଢଳିରେ ବନମାଳୀ-ନାଚ-କରେ ହେ ସଖି,
ରହି ରହି ବଂଶୀ ବଜାଏ-ବଂଶୀ- ମୁଖରେ ଜୋଖି ।
ଗୋପ ବାଳା ସଙ୍ଗରେ ସଖା-ଲାଗେ-କି ମନୋହର,
ସାଥିରେ ନାଚନ୍ତି ଗୋପୀଏଁ-ଛାଡି-ନିଜ ନଅର ।
ରାଧାରାଇ ଯୋଡି ମୂରତି-ଲୀଳେ-ଯମୁନା ତଟେ ,
ରଚନ୍ତି କେତେ ଯେ କବିତା-ଆହା-ସବୁରି ଘଟେ ।
ଶିଆଳି ଲଟାର ଉହାଡ଼େ-ଲୁଚି-ବସିଛି କାହ୍ନା,
ବିଳାପଇ ରାଧା ଏକାକୀ-ତାକୁ-ଯମୁନା ମନା ।
ରାଧାର ବିହୁନେ କାହ୍ନୁକୁ-ଭଲ-ଲାଗେନି କିଛି,
କାହାକୁ କହିବ ବେଦନା-ସେତ-ରୁଷି ବସିଛି ।
ବାଲ୍ୟ ସଖା ତାର ସୁଦାମା-ଯେତେ-ବୁଝାଏ ଆସି,
ତଥାପି ଅବୁଝା କହ୍ନାଇ-ଜମା-ଦେଉନି ହସି ।
ଶୂନ୍ୟ ଲାଗେ ଗୋପରେ-କାହ୍ନୁ-ଜିବ ମଥୁରା ,
ରାଜନ ଭାଳନ୍ତି ପ୍ରମାଦ-ମନ-ବୁଝେନି ପରା ।
ପିତାଙ୍କୁ ବୁଝାଏ କହ୍ନାଇ-କିଛି-ହେବନି ମୋର ,
ଶତୃଙ୍କୁ ନିଶ୍ଚିତ ମାରିବି-ସାହା-ମୋତେ ଈଶ୍ୱର ।