STORYMIRROR

Gouri Panda

Classics

3  

Gouri Panda

Classics

ଗୋପବନ୍ଧୁ

ଗୋପବନ୍ଧୁ

1 min
258


ସେବା, ଧର୍ମ, ତ୍ୟାଗ ,ସ୍ନେହ ,

କା,ନାମ ଆଗରେ କୁହ? 

ମିଶୁ ମୋର ଦେହ ଏଦେଶ ମାଟିରେ

ଦେଶବାସୀ ଚାଲି ଯାଆନ୍ତୁ ପିଠିରେ। 

ଏ ମହତ ବାଣୀ କହି 

ଗଲେ ହୃଦୟ ରେ ରହି। 

ସେଇ ଗୋପବନ୍ଧୁ ଦାସ

ମୁହଁ ରେ ଫୁଟାଇ ହସ। 

ସେବାକାର୍ଯ୍ୟ କରୁଥିଲେ

ପଥ ଯେ ହୁଡି ନଥିଲେ। 

ଉତ୍କଳ ଜନନୀ ପାଇଁ 

ସେବା କାର୍ଯ୍ୟେ ମଗ୍ନ ହୋଇ। 

ବନ୍ୟା କ୍ଷତିଗ୍ରସ୍ତ ବୁଲି

ବାଣ୍ଟିଲେ ଚାଉଳ, ଡାଲି। 

ଘରେ ଛାଡି ରୋଗୀ ପୁଅ

ଏମିତି ଅଛି କେ କୁହ? 

ଶହ, ଶହ ପୁଅ ପାଇଁ 

ଗୋପବନ୍ଧୁ ଗଲେ ଧାଇଁ। 

ଏଇ ସେ ଉତ୍କଳମଣି

ଓଡ଼ିଆ ପାରିଲା ଜାଣି। 

ଉତ୍କଳମଣି ନାମ ରେ

ପରିଚିତ ଘରେ, ଘରେ। 

ସତ୍ୟବାଦୀ ବିଦ୍ୟାଳୟ 

ପ୍ରଥମ ସୋପାନ ମୂଳ। 

ଏହି ଠାରୁ ଆରମ୍ଭିଲେ

ସତ୍ୟ, ଧର୍ମ ଆଚରିଲେ। 

ଆମ ସ୍ବାଭିମାନ ପାଇଁ 

କାରାଗାରେ ଗଲା ଛୁଇଁ। 

ତାଙ୍କରି ସଫଳ କୀର୍ତ୍ତି 

ସମାଜେ ଖବର ଭର୍ତ୍ତି। 

ସମାଜର ଦୁଃଖ, ଗ୍ଲାନି 

ସମାଜ ପତ୍ରିକା ଆଣି। 

ପଞ୍ଚସଖା ମଧ୍ୟେ ସାର

ଗୋପବନ୍ଧୁ ସେବା ଧାର। 

ପୁରୀ ଜିଲ୍ଲା ଅନ୍ତର୍ଗତ 

ଜନମ ଏପରି ସନ୍ଥ। 

ପର ଆପଣାର ଭାବ

ଏଥିରେ ନଥିଲାକ୍ଷୋଭ। 

ଓଡିଶା ର ଯୋଗ୍ୟସୁତ

ଉତ୍କଳ ରେ ହେଲ ଖ୍ୟାତ। 

ଦେଶପ୍ରେମୀ ତୁମେ ଧନ୍ୟ 

ତୁମ ପରି ନାହିଁ ଅନ୍ଯ। 

ଶତ କୋଟି ଜନତାର

ଘେନ ହେ କୋଟି ଜୁହାର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics