STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ଗୋପ ଆକାଶ ର ଜହ୍ନ

ଗୋପ ଆକାଶ ର ଜହ୍ନ

1 min
328


ଗୋପପୁର ରେ ଅକ୍ରୁର ସାଜି କସଂର ଡଗର

ରଥ ବାହି ଉପଗତ ହୋଇଲା ଆସି

ତାକୁ ଦେଖି ଗୋପନଗ୍ରେ ଗୋପାଙ୍ଗନା ସଙ୍ଗେ ସର୍ବେ

ଦୁଃଖ ରେ ଅଧୀର ହୋଇ ନଗର ବାସୀ

ବୋଲୁନ୍ତି ତୁ ଫେରିଯାଅ ଆରେ ଅକୃର

ଗୋପରୁ ନନେଇ ରାମ  କୃଷ୍ଣ ଆମର


ଦେଖିଯିବେ ଧନୁଯାତ୍ରା ମାମୁଁ କଂସାସୁର ଆଜ୍ଞା

ତା ଆଦେଶେ ରଥ ନେଇ ଆସିଛି ମୁହିଁ

ସେ ଅଟଇ ମହା ଦୁଷ୍ଟ କରିପାରେ ସେ ଅନିଷ୍ଟ

ରାମ, କୃଷ୍ଣ ଙ୍କୁ ନନେଇ ଫେରିବି ନାହିଁ

କରନାହିଁ ତ କଟାଳ ନକରି ଗୋଳ

ନନ୍ଦ ମନ୍ଦିର କୁ ପଥ ଛାଡରେ ମୋର 


ଗୋପପୁର ନର,ନାରୀ କାନ୍ଦୁଛନ୍ତି ମୁଣ୍ଡ କୋଡ଼ି

ବୋଲନ୍ତି ଆରେ ଡଗର କେଡ଼େ ନିଷ୍ଠୁର

ଜୀବ ଥାଉ ଥାଉ ପ୍ରାଣ କାଢି ନେବୁରେ ଅଧମ

ଏଡେ ହୀନ କର୍ମ କିମ୍ପା କରୁ ଅକ୍ରୁର

ଗୋପ ଗଗନ ରେ କୃଷ୍ଣ ଯେ ଶଶଧର

ତା ବିହୁନେ ଗୋପନଗ୍ର ହେବ ଅନ୍ଧାର 


ଏ ତ ବିଧି ର ବିଧାନ କଂସ ର ମୃତ୍ୟୁ ଆସନ୍ନ

ଆମନ୍ତ୍ରିଛି ରାମ, କୃଷ୍ଣ କରି ମନ୍ତ୍ରଣା

ନାଟକର ଶେଷ ଦୃଶ୍ୟ ଅଭିନିତ ହେବ ଅବଶ୍ୟ

ଲାଘବ ହୋଇବ ପାପ ଯେତେ ଜନ୍ତ୍ରଣା

କହଇ କବି ପ୍ରଫୁଲ୍ଲ ହେ ଚକ୍ରଧର

ଭବ ବନ୍ଧନରୁ ପ୍ରଭୁ କର ଉଦ୍ଧାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics