STORYMIRROR

Chittaranjan Parida

Inspirational

3  

Chittaranjan Parida

Inspirational

ଗୋମାତା

ଗୋମାତା

1 min
296

ମୋର ମନେପଡୁଛି

ଆମର ଗୋଠେ ଗୋରୁଗାଈ ଥିଲେ

ନିତି ସକାଳୁ ମୋ ମା ଆଉ ଜେଜେମା

ଗୁହାଳରୁ ଗୋବର କାଢନ୍ତି

ନଡା, ତୋରାଣି ଦିଅନ୍ତି।

ଆମ ଗୋରୁମଣା ସନିଆ ନିତିଦିନ

ଗୋରୁଗୋଠ ନେଇ ଚରାଇବାକୁ ଯାଏ

ଗ୍ରୀଷ୍ମଛୁଟିରେ ମୁଁ ତା'ସହିତ

ଅନେକ ଥର ଯାଇଛି

ଭାରି ମଜା ହୁଏ।

କିଛି ହଡାବଳଦ, ବୁଢୀଗାଈ

ଘରେ ବନ୍ଧା ହୁଅନ୍ତି

ଜେଜେବାପା ଦିନଯାକ ସେବା କରନ୍ତି,

କେବେ କେବେ ଚେକ୍ ଲୁଙ୍ଗିପିନ୍ଧା

ଦାଢିବାଲା ଗୋରୁ ବେପାରୀ 

ବୁଢାହଡାକୁ କିଣିବାକୁ କହନ୍ତି

ଜେଜେ ସିଂହ ପରି ଗର୍ଜୀ ଉଠି

ତାଙ୍କ ଗାଳି ଭାଷାରେ କହନ୍ତି

ଶଳା, ତୋ ବାପାମାଆ ବୁଢା ହେଲେ

ବିକିଦେବୁ ନା ବଣରେ ଫିଙ୍ଗି ଦେବୁ?

ଗଲୁ, ଯେଉଁ ବାଟେ ଆସିଥିଲୁ ସେଇ ବାଟେ।

ଜେଜେ ଥରେ ବାପାଙ୍କୁ କହୁଥିଲେ

ମନେରଖ ଛୁଆ

ଗୋରୁଗାଈ ଆମର ଗୋସମ୍ପଦ, ଗୋମାତା

କେବେ କ°ସେଇ ହାତରେ ଦେବୁନି

ତେତିଶ କୋଟି ଦେବଦେବୀ, ଚାରିବେଦ

ଗୋମାତା ଦେହରେ ଅଛନ୍ତି

ସେବା ପୂଜାକଲେ ଆଶିର୍ବାଦ

ତାଙ୍କ ଆଖିରୁ ଲୁହ ଝରିଲେ

ଅଭିଶାପ ଦିଅନ୍ତି।

ଖରାବର୍ଷା ସହି ବଳଦ ଚାଷ କରେ

ଗାଈ କ୍ଷୀର ପୁଷ୍ଟି ଯୋଗାଏ

ଗୋବର କ୍ଷେତକୁ ଉର୍ବର କରେ

ନିତି ସକାଳେ ଗୋବରପାଣି

ଆମ ଘର ଚାରିପାଖ ନିର୍ମଳ କରେ।

ଜେଜେ କଥାକୁ ମୁଁ ମୋର ରଚନା

ଗାଈର ଆତ୍ମକାହାଣୀ ସହ ଯୋଡେ

ଗାଈ କ୍ଷୀର ଆମକୁ ବଳ ଯୋଗାଏ

ସେଥିରୁ ଛେନା ଲହୁଣୀ ଘିଅ

ପ୍ରସ୍ତୁତ ହୋଇଥାଏ

ମଲାପରେ ଶିଙ୍ଗରୁ ପାନିଆ

ଚମଡାରୁ ବ୍ୟାଗ ଯୋତା

ହାଡରୁ ସାର ତିଆରି ହୁଏ

ମୁଁ ଭାବେ

ଜେଜେ କଥାରେ ଦମ୍- ଅଛି ।

ହେଲେ ଗୋମାତା ଆଜି

ନା ସେବିତ ନା ପୂଜିତ

ଗୋବରକୁ ଘୃଣା ବଢୁଛି

ଆଧୁନିକ ମା ଗୋବରପାଣି ନ ପକାଇ

ଫିନାଇଲ ପକାଉଛି

ମାଲିକ କ°ସେଇ ହାତରେ ଟେକିଦେଇ

ଉଲ୍ଲସିତ ହେଉଛି,

ଏହା ଶୁଭସ°କେତ ନୁହେଁ

ବୋଧେ ହିନ୍ଦୁତ୍ଵର ଅବକ୍ଷୟ

ନା ଆମେସବୁ ଧର୍ମଛଡା ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational