ଗୋମାତା
ଗୋମାତା


ଗୋମାତା ଦେହେ ବସନ୍ତି,
ତେତିଶ କୋଟି ଦେବତା ॥
ସେ ଯେ ନୁହଁ ପଶୁ ମାତ୍ର,
ସଭିଙ୍କର ଅଟେ ମାତା ॥
ମଙ୍ଗଳ ଲଭେ ଜଗତ,
ଗୋମାତା ହେଲେ ପୂଜିତ ॥
ଜୀବଙ୍କ ମଧ୍ୟେ ସରଳ,
ଖାଇଥାଏ ତୃଣ ମୂଳ ॥
ଗୃହପାଳିତ ଭାବ ରେ
ଦେଖାଯାଏ ଘରେ ଘରେ ॥
ତା କ୍ଷୀର ସେବନ କଲେ,
ରହେ ଦେହ ସବଳ ସୁସ୍ଥ ॥
ଗୋବର ବି କାର୍ଯ୍ୟେ ଲାଗେ,
ଲେପ ଭାବେ ବ୍ୟବହୃତ ॥
ଯେତେ ଦିନ ରହେ ପ୍ରାଣ,
ପର ଉପକାରେ ମନ ॥
କିନ୍ତୁ ଆଜିର ମାନବ,
କରୁ ଅଛି ଅପରାଧ ॥
ଗୋମାତାର ହତ୍ୟା କରି,
ସାଜୁଛି ତା ପାଇଁ ବିପଦ ॥