ଗୋଲାପ
ଗୋଲାପ
ଗୀତି କବିତା
ମନ ବଗିଚାରୁ ଗୋଲାପଟି ତୋଳି ଗଭାରେ ଦିଅ ହେ ପ୍ରିୟ,
ତୁମରି ହସରୁ ରଙ୍ଗ ଟିକେ ନେଇ ମୋ ଓଠରେ ବୋଳିଦିଅ |(ଘୋଷା)
ମୋ ଦୁଇ ନୟନେ ଭରିଛି ସପନ,
ପୁଲକିତ ହୁଏ ମୋର ତନୁ-ମନ |
ଭୁଲିଛି ଦୁନିଆ ସବୁଦିନ ପାଇଁ ନୂଆପଥେ ଘେନିଯାଅ |
ମନ ବଗିଚାରୁ ଗୋଲାପଟି ତୋଳି ଗଭାରେ ଦିଅ ହେ ପ୍ରିୟ,
ତୁମରି ହସରୁ ରଙ୍ଗ ଟିକେ ନେଇ ମୋ ଓଠରେ ବୋଳିଦିଅ | (1)
ଚଞ୍ଚଳ କରାଅ ପାଦକୁ ମୋହର,
ନାଚିବି ମୁଁ ତାଳେ ତାଳେ ନୂପୁରର |
ମୋ ମନବୀଣାର ତନ୍ତ୍ରୀ ଦୋହଲାଇ ନୂଆସୁର ଭରିଦିଅ |
ମନ ବଗିଚାରୁ ଗୋଲାପଟି ତୋଳି ଗଭାରେ ଦିଅ ହେ ପ୍ରିୟ,
ତୁମରି ହସରୁ ରଙ୍ଗ ଟିକେ ନେଇ ମୋ ଓଠରେ ବୋଳିଦିଅ | (2)

