STORYMIRROR

Purnima Prusty

Abstract

2  

Purnima Prusty

Abstract

ଗୋଲାପ ଜୀବନେ କି ସୁଖ ପାଇଛି

ଗୋଲାପ ଜୀବନେ କି ସୁଖ ପାଇଛି

1 min
213

ଗୋଲାପ ଜୀବନେ କି ସୁଖ ପାଇଛି 

କଣ୍ଟା ମଧ୍ୟେ ଥାଇ ହସିବା ଶିଖିଛି

ଦେଖି ତାକୁ ମନେ ଇର୍ଷା ଆସୁଛି 

ମୁଁ କାଇଁ ଟିକେ କେ ଭାଙ୍ଗି ପଡୁଛି

 

ଦୁଃଖି ହୃଦୟରେ ହସ ଫୁଟାଏ

ପ୍ରେମୀ ମନରେ ସେ ପ୍ରେମ ସଜାଏ

କୋମଳ ପରଶେ କୋହ ଭୁଲାଏ

ତା ପାଇଁ ଦୁଇ ମନ ମିଶିଯାଏ


କିଛି ଦିନର ସେ ଆୟୁଷ ପାଉଛି

କୋଟି ଜନ,, ମନ..ଆତ୍ମା ଜିତୁଛି

ଆଜି ଫୁଟି କାଲି ଝରି ଯାଉଛି

ଜଣା ନାହିଁ

    ଗୋଲାପ ଜୀବନେ କି ସୁଖ ପାଇଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract