STORYMIRROR

ଅନିଲ କୁମାର ଲେଙ୍କା

Romance

4  

ଅନିଲ କୁମାର ଲେଙ୍କା

Romance

ଗୋଲାପ ଦିବସ

ଗୋଲାପ ଦିବସ

1 min
252


ଗୋଲାପ ଦିବସେ ପ୍ରେମ ପିରତିର

   ବାର୍ତ୍ତାଟି ଧାରଣ କରି

ବରଷକେ ଥରେ ଆସିଥାଏ ପରା

   ହୃଦେ ପ୍ରେମଭାବ ଭରି ।।


ଭଲ ପାଇବାଟା ଏବେ ଆଉ ଜମା

   ଭଲରେ କରୁନି କାମ

ଛଳନା ହାଟରେ ପ୍ରତାରଣା ଯେଣୁ

   କରିଛି ସଭିଙ୍କୁ ବାମ ।। 


ଗୋଲାପ ସୁନ୍ଦର କଣ୍ଟା ଆଘାତରେ 

   ହୋଇଛି ପ୍ରେମଟି କ୍ଷତ

ଭଲ ପାଇବାଟା ସହଜ ନୁହେଁରେ

   ଆତ୍ମୀୟ ଦିଅନ୍ତି ଘାତ ।।


ତଥାପି ପ୍ରେମ ଯେ ଅଟଇ ମହାନ 

  ନାନା ଆଘାତ ସେ ସହେ

ପ୍ରେମ ପାଖେ ପରା ସଭିଏଁ ହାରନ୍ତି 

   ଏକଥା ଅନ୍ୟଥା ନୁହେଁ ।।


କଣ୍ଟକିତ ପଥ  ଅତିକ୍ରମ ପରେ

    ଆସେ ସୁଖ ପରିସ୍ଥିତି

କୋମଳ ପରଶ ଜୀବନ ଲଭଇ

   ଦେଇ ଖୁସି ଅନୁଭୂତି ।।


ଢାଳି ଦେବା ଆସ ବିଶ୍ୱାସର ପାଣି

   ଗୋଲାପ ଗଛରେ ଆଜି

ଆଜିର ଦିବସେ ହସ ଖୁସି ମନେ

  ପ୍ରେମରେ ଯିବାରେ ହଜି ।।


ତେଣୁ ଆସ ଆହେ ଆତ୍ମୀୟ ସ୍ଵଜନ

   ବନ୍ଧୁ ପରିଜନ ମୋର

ଭଲ ପାଇବାର ମନ୍ତ୍ର ଉଚ୍ଚାରଣେ

   ଲଭିବା ସୁଖ ସଂସାର ।। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance