STORYMIRROR

Sambit Srikumar

Tragedy Inspirational

3  

Sambit Srikumar

Tragedy Inspirational

ଗୋଲାମ ନଗରୀ

ଗୋଲାମ ନଗରୀ

1 min
217


ହଜି ତ ଗଲାଣି ପ୍ରାଣପ୍ରିୟା ଭୁବନେଶ୍ବର ସମୟର ଚୋରାବାଲିରେ

ହଜିଗଲାଣି ଐତିହ୍ୟ ପରମ୍ପରା ଜଗତିକରଣର ପାର୍ଶ୍ବ ପ୍ରତିକ୍ରିୟାରେ

ହଜି ହଜି ଯାଉଛି ତା'ର ସବୁଜ ବନାନୀ ଶ୍ୟାମଳିମା ଧିରେ ଧିରେ

ବିଲୁପ୍ତ ପ୍ରାୟ କଳା କାରିଗରୀ ବୈଭବ ଗାରିମା ଆଜିର ଦିନରେ।

ହଜିଗଲେଣି ଚିହ୍ନା ପରିଚିତ ଦରଦୀ ସହୃଦୟୀ ବ୍ଯକ୍ତିତ୍ବ ଏଠାରେ

ଅନ୍ଧାଧୁନିଆ ସହରୀକରଣରେ ଝାଡ଼ କଙ୍କ୍ରିଟ୍ ଜଙ୍ଗଲର ଆଢୁଆଳରେ

ଅଦିନିଆ ଝଡ଼ ଲଗାଣ ବର୍ଷାରେ ଅମାନିଆ ଢେଉର ପ୍ରଖର ସୁଅରେ

ଦାରୁଣ ନିଦାଘର ଦାବାନଳରେ ପ୍ରଚଣ୍ଡ ପ୍ରାଣଘାତୀ ଅଂଶୁଘାତରେ।

ଆଜି ବହିରାଗତ ମାଫିଆ ଲୁଟେରାଙ୍କ ଦୌରାତ୍ମ୍ଯ ପଡୁଅଛି ବଳି

ପରଜୀବୀ ତୋଷାମଦକାରୀ ଚାଟୁକାରଙ୍କ ଲାଗିଛି ଗହଳି ଚହଳି

ଲୁଟିବାକୁ ଜଳ ଜମି ଜଙ୍ଗଲ ଖଣି ଖାଦାନ ବାଗାନ କରୁଛନ୍ତି ମେଳି

ତାହାଙ୍କ କୂଟକପଟ ଉଦ୍ଦେଶ୍ୟ ଅବା ଏଠି କିଏ ପାରିବ ସଠିକ କଳି?

ରକ୍ତପୋଷ୍ଯ ଶ୍ବେତହସ୍ତୀ ଶୋଷନ୍ତି ମାଟିର ମଣିଷ ଶୋଣିତ ସ୍ଵେଚ୍ଛାରେ

ଜନତାର ପ୍ରତିନିଧି ସାଜି କ୍ରୀଡ଼ନକ ନାଚୁଛନ୍ତି ତାହାଙ୍କ ଖଳ ଇଙ୍ଗିତରେ

ମନ୍ଦିରମାଳିନୀ ଏକାମ୍ରକାନନ ନାମିତ ଆଜି ଗୋଲାମନଗରୀ ନାମରେ

ନିଶାର୍ଦ୍ଧରେ ରୂପବତୀ ମାୟାବିନୀ ନିଶାଚରୀ ବିଚରନ୍ତି ଏଠି ଅବାଧରେ।

ଆଧୁନିକ ବୋଲାଇବାର ଅମୁହାଁ ନିଶାରେ ଧାଉଁଛି ମହାନଗରୀ

ଅସ୍ଥିତ୍ବକୁ ଭୁଲି ଦେଇଛି ହଜାଇ ଆପଣାର ଅନିନ୍ଦ୍ୟ ରୂପମାଧୂରୀ

ଆଉ କାହାକୁ ନେଇ କୁହ ଭଲା ମୁହିଁ ଯେ କରିବି ଗର୍ବ ଅନୁଭବ?

କାହାକୁ କହିବି ଇଏ ଅଟଇ ମୋହରି ପରିଚୟ ମହାର୍ଘ ଗୌରବ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy