STORYMIRROR

Papu parida

Classics Inspirational Others

4  

Papu parida

Classics Inspirational Others

ଗଞ୍ଜାମ ଅଟଇ ଜନ୍ମଭୂମି ମୋର

ଗଞ୍ଜାମ ଅଟଇ ଜନ୍ମଭୂମି ମୋର

1 min
221

ଗଞ୍ଜାମ ଅଟଇ ଜନ୍ମଭୂମି ମୋର

ଅଟେ ସିଏ ମୋର ମାଆ

ତା' ପାଣି ପବନ ତାର ଫଳମୂଳ

ମୋର ଜୀବନର ରାହା।


ବୀରତ୍ବର ଭୂମି ସାହସର ଭୂମି

ପାଇକ ପୁଅର ଗଡ

ସାଧବ ମୋହର ଲଙ୍ଘି ସମୁଦ୍ରକୁ

କଲେ ସମ୍ପର୍କ ସୁଦୃଢ଼।


ମୋ ପାଲା ଖଞ୍ଜଣି ମୋ ଦାସକାଠିଆ

ଅଷ୍ଟପ୍ରହରୀ ଗାହାଣୀ

ମୋ ଭାରତ ଲୀଳା ଭାଗବତ କଥା

ବୁଢ଼ୀ ଆଇ ମା' କାହାଣୀ।


ଗଞ୍ଜାମ ଅଟଇ ଜନ୍ମଭୂମି ମୋର

ଅଟେ ସିଏ ମୋର ମାଆ

ତା' ପାଣି ପବନ ତାର ଫଳମୂଳ

ମୋର ଜୀବନର ରାହା।


ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ

ପାହାଡ଼ ଉପରେ ବସି

ଘଣ୍ଟ ଘୋଡାଉଛି ରାଇଜକୁ ମୋର

ମୁରୁକି ମୁରୁକି ହସି।


ମାଆ ଦଣ୍ଡକାଳୀ ବୁଢ଼ୀ ଠାକୁରାଣୀ

କେତେ ଯେ ଯାନୀ ଯାତରା

ସବୁଠୁ ସୁନ୍ଦର ମୋ ପର୍ବପର୍ବାଣି 

ମୋ ସଂସ୍କୃତି ପରମ୍ପରା।


ଗଞ୍ଜାମ ଅଟଇ ଜନ୍ମଭୂମି ମୋର

ଅଟେ ସିଏ ମୋର ମାଆ

ତା' ପାଣି ପବନ ତାର ଫଳମୂଳ

ମୋର ଜୀବନର ରାହା।


ଜଉଗଡ଼ ଦେହେ ଅଶୋକଙ୍କ ବାର୍ତ୍ତା

ବୁଝାଏ ଯେ ଧର୍ମ ନୀତି

କବି ସାମ୍ରାଟଙ୍କ ଅମୂଲ୍ୟ ସାହିତ୍ୟ

ହୃଦୟ ନିଅଇ ଜିତି।


ଋଷୁକୁଲ୍ୟା ଏଠି ବହେ ଛଳଛଳ

ଚିଲିକା ମଧୁ ସୌନ୍ଦର୍ଯ୍ୟ

ସମୁଦ୍ର ବେଳାରେ ସମୁଦ୍ରର ଢେଉ

ଶାନ୍ତ ଶୀତଳ ମାଧୁର୍ଯ୍ୟ।


ଗଞ୍ଜାମ ଅଟଇ ଜନ୍ମଭୂମି ମୋର

ଅଟେ ସିଏ ମୋର ମାଆ

ତା' ପାଣି ପବନ ତାର ଫଳମୂଳ

ମୋର ଜୀବନର ରାହା।


ରେଶମୀ ଶାଢୀରେ ନୂଆଁ ବୋହୂ ଆମ

ସନ୍ଧ୍ୟାରେ ସଞ୍ଜୁଆ ଦିଏ

ଘରେ ଘରେ ଆମ ଆଚାର ପାମ୍ପଡ଼

ମନକୁ ଯେ କିଣି ନିଏ।


ଭାଷାରେ ରଖୁ ନା ଶାଳୀନତା ସିନା

ମନରେ ଭରିଛୁ ପ୍ରେମ

ଭାଇଚାରା ଭାବେ ବାନ୍ଧି ହେଇଅଛୁ

ସ୍ୱାଭିମାନ ଆମ ଧର୍ମ।


ଗଞ୍ଜାମ ଅଟଇ ଜନ୍ମଭୂମି ମୋର

ଅଟେ ସିଏ ମୋର ମାଆ

ତା' ପାଣି ପବନ ତାର ଫଳମୂଳ

ମୋର ଜୀବନର ରାହା।


କବି ସୂର୍ଯ୍ୟ ରଥ ପ୍ରବାଦ ପୁରୁଷ

ଜନ୍ମିଛନ୍ତି ଏ ଭୂଇଁରେ

ଯୋଗ୍ୟ ସୁପୁତ୍ରଙ୍କ ଯୋଗ୍ୟ ମାଆ ଟିଏ

ପୃଥିବୀ ମଧ୍ୟେ ନାହିରେ।


ଜିଲ୍ଲା ମଧ୍ୟେ ଶ୍ରେଷ୍ଟ ମୋ ଜିଲ୍ଲା ଗଞ୍ଜାମ

ମୁଁ ପରା ତାର ସନ୍ତାନ

ଆମେ ସବୁ ଭାଈ ଏକତା ବନ୍ଧନେ

ରଖିବୁ ତାହାରି ନାମ।


ଗଞ୍ଜାମ ଅଟଇ ଜନ୍ମଭୂମି ମୋର

ଅଟେ ସିଏ ମୋର ମାଆ

ତା' ପାଣି ପବନ ତାର ଫଳମୂଳ

ମୋର ଜୀବନର ରାହା।


Rate this content
Log in

Similar oriya poem from Classics