Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Abstract Inspirational

4  

LALIT MOHAN DASH

Abstract Inspirational

ଗଣତନ୍ତ୍ର କାହାପାଇଁ ?

ଗଣତନ୍ତ୍ର କାହାପାଇଁ ?

3 mins
399



  ଗଣତନ୍ତ୍ର କାହାପାଇଁ? ଆଜି ଏ ପ୍ରଶ୍ନ ଊଣା ଅଧିକେ ସମସ୍ତ ଙ୍କୁ ଆନ୍ଦୋଳିତ କରିଥାଏ ।

ବ୍ୟକ୍ତିଗତ ଭାବରେ ଗଣତନ୍ତ୍ର କୁ ମନୁଷ୍ୟ ନିଜର ମନେ କରିଥାଏ ।

ଏହା ଜନତା ଙ୍କର,ଜନତା ଙ୍କ ଦ୍ଵାରା,ଜନତା ଙ୍କ ପାଇଁ ।

ଏବେ ବୁଝି ହୁଏନା ଏ ଗଣତନ୍ତ୍ର କାହାର ? ଗଣତନ୍ତ୍ର କ୍ରମଶଃ ଅଧଃ ପତିତ ହୋଇ କେଉଆଡକୁ ଗତି କରୁଛି,ତାହା 

ବିଚାର କରିବାର ସମୟ ଆସିଯାଇଛି ।

  ସାମ୍ରାଜ୍ୟର ଲାଳସା ରେ କୂଟନୀତି ର ପ୍ରବେଶ ।

କିଏ କଣ କରୁଛି,କିଏ କଣ କରୁନି ତାହା ଓଡ଼ିଆ ମାଟି ନିଜେ ବୁଝି ନେବ।

ବର୍ତ୍ତମାନ ଓଡ଼ିଶା ଖଣ୍ଡ,ଖଣ୍ଡ ହେବା 

ଆଗରୁ ଓଡ଼ିଶା ର ସର୍ବସାଧାରଣ ଙ୍କୁ ଏକଜୁଟ ହେବାର ସମୟ ଆସିଯାଇଛି ।

ଏକ ଜୁଟ ହୋଇ ଜୀବନ କୁ ଆରମ୍ଭ କରିବା ସହ ମିଳିମିଶି ରହି ପ୍ରଗତି ର ରାସ୍ତା ସହ ବିଜୟ ର ବାର୍ତ୍ତା ଗଣ ତନ୍ତ୍ର ର ରହିବା ଉଚିତ୍ ।

ଓଡ଼ିଶାର ଗର୍ଭ ର ଅନେକ ସନ୍ତାନ ମଧ୍ୟ ଆଜି ଏକାଠି ନୁହଁ।

ସେମାନେ ସମସ୍ତ ଙ୍କ ସହ ଲଢ଼ିବାକୁ   ସ୍ଵତଃ   ଆଗେଇ ଯିବେ ।

ମାଟିର ମମତା ଓଡ଼ିଆ ମାନଙ୍କ

ଜାଗରଣ ନିମନ୍ତେ ଏକାନ୍ତ ଆବଶ୍ୟକ ।

ପ୍ରତ୍ୟେକ ଓଡ଼ିଆ ଙ୍କ ପାଖରେ ଗୋଟିଏ ,ଗୋଟିଏ ହୃଦୟ ତ ନିଶ୍ଚୟ ଥିବ !

ସେ ହୃଦୟ କୁ ଓଡ଼ିଆ କାହା ପାଖରେ

ବନ୍ଧା ଦେଇ ଦେଲେକି?

ଓଡ଼ିଶା କୁ ଯଦି ଉଠି ବାକୁ ହେବ ତେବେ ପ୍ରଥମେ ଏକତା ର ପଥରେ ଚାଲିବାକୁ ହେବ।

ଯେଉଁ ସରକାର ହେଉ ତାହା ଜନସାଧାରଣ ଙ୍କ ର । 

       ଶାସନ କିଏ କରିବ?

ସେଥିପାଇଁ ଜନତା ଚିନ୍ତା କରିବେ ।

ସେଥିପାଇଁ ଦଳ ଦଳ ଭିତରେ ଯୁଦ୍ଧ

କ'ଣ ଓଡ଼ିଶା ର ଗର୍ବ ।

ନିଜର ଅଧିକାର ନିଜେ ବୁଝିବା ଉଚିତ୍ ।

ରାଜା ହେବାପାଇଁ ଯେଉଁ ଗୁଣ ର ଆବଶ୍ୟକତା ଅଛି,ତାହା ଜନତା ବୁଝିବେ ।

ଗଣତାନ୍ତ୍ରିକ ରାଜନୀତି ପାଇଁ କୌଣସି ରଣ କ୍ଷେତ୍ର ସୃଷ୍ଟି କରିବା ଅନୁଚିତ୍ ।

ଜନଗଣ ଙ୍କ ସୁଭବିଶ୍ୟତ ପାଇଁ ଗଣ ତନ୍ତ୍ର ।

ସମସ୍ତ ଙ୍କୁ ସାଙ୍ଗରେ ନେଇ ସମାନତା ଭାବରେ ଚାଲିବା ଗଣତନ୍ତ୍ର ର ଧର୍ମ ।ସର୍ବ ଦଳ ସମାନ ହେବା ଉଚିତ୍ ।

ଦଳ ଦଳ ଭିତରେ ଟଣାଓଟରା ହେବା ଓଡ଼ିଆ ସ୍ୱାଭିମାନ ପାଇଁ ପ୍ରଶ୍ନ ।

       ଓଡ଼ିଶା ଏକ ରାଜ୍ୟ ।

କ୍ଷମତା ର ଲୋଭରେ ନୁହଁ,ରାଜ୍ୟ ପାଇଁ କାମ କରିବା ଉଚିତ୍ ।

ଯିଏ କ୍ଷମତା ରେ ରହିବ,ତାହା ଜନତା ଙ୍କ ନିର୍ଦ୍ଦେଶ ।

ତେଣୁ ଟଣାଓଟରା ନହୋଇ ,କଣ କରିବାକୁ ହେବ ସେକଥା ସମସ୍ତେ ଚିନ୍ତା କରିବା ଉଚିତ୍ ।

ଆମେ ଏ ଓଡ଼ିଆ ମାଟିର ସନ୍ତାନ ।

ଓଡ଼ିଶା ର ଉନ୍ନତି ଅମର ଉନ୍ନତି ।

ଏହି ଚିନ୍ତା ନେଇ ସମସ୍ତେ କାର୍ଯ୍ୟ କଲେ ସବୁ ଦଳ

ସମାନ ଲାଗିବ ।

ଓଡ଼ିଶା ର ସବୁ ନାଗରିକ ଙ୍କୁ ଅଧିକାର

ଅଛି,ଶାନ୍ତି ଶୃଙ୍ଖଳା ରେ ବଞ୍ଚିବା ପାଇଁ ।

ସେମାନଙ୍କୁ ଏକ ମର୍ଯାଦାପୂର୍ଣ୍ଣ ଜୀବନ ବଞ୍ଚିବା ର ଅଧିକାର ମଧ୍ୟ ଅଛି ।

         ରାଜନୀତି ର ଜାଲରେ ଛନ୍ଦି ହୋଇ , ଏ ଜନସାଧରଣଙ୍କୁ ରାଜନୀତି ର ଇନ୍ଦ୍ରଜାଲ ଶୋଭା ପାଉନାହିଁ ।

ଓଡ଼ିଶା ର ସ୍ୱତନ୍ତ୍ରତା କେତେ ବଳିଦାନ ରୁ

ହୋଇଛି,ତାହା ଅଳ୍ପ ଅଧିକ ସମସ୍ତଙ୍କୁ ଜଣା।ଆଜି ଖାଲି ଶାସନ ର ଲାଳସା ଓଡ଼ିଶା କୁ ଚୂର୍ ମାର କରିଦେଉଛି ।

ଆମେ କଣ ପରାଧୀନ ,ଏକଥା ସମସ୍ତ ଙ୍କ ମନରେ ଆସିବା ପୂର୍ବରୁ ଆମକୁ ସଚେତନ ହେବାକୁ ପଡ଼ିବ ।

ପୁରୁ ରାଜା ଙ୍କ ଉକ୍ତି କୁ ଆମେ ସମସ୍ତେ ମନେ ପକାଇଲେ ବୁଝି ପାରିବା ଯେ,ରାଜା ନିଜର ରାଜ ଧର୍ମ କିପରି ପାଳିଲେ ଶତ୍ରୁ ପାଖରେ ମଧ୍ୟ ସମ୍ମାନ ପାଇବ।

      ସମସ୍ତ ଙ୍କ ଚକ୍ଷୁ ରେ ନିର୍ବାଚନ ଜିତିବା,ହାରିବା,ଏକଥା ର ଚିତ୍ର ।

ଅତୀତ ରେ କେତେ ରାମ,ରାବଣ ରାଜା ହୋଇଥିଲେ,ଇତିହାସ ସାକ୍ଷୀ ।

ନିଜ ନିଜ ଭିତରେ ଯୁଦ୍ଧ କଲେ ପରିଣାମ ନିଜକୁ ହିଁ ଭୋଗିବାକୁ ହୁଏ ।

ଶେଷରେ ଲୋକେ ନିଜକୁ ଗଣ ତନ୍ତ୍ର

ଠୁଁ ମୁକ୍ତି ଚାହିଁବେ ।

ତେଣୁ ସବୁ ଅନ୍ତ ହେବା ଆଗରୁ 

ଆମକୁ ସମସ୍ତଙ୍କ ଭିତରେ ଏକତା ଓ ନିରପେକ୍ଷତା ର ଚିତ୍ର ରେ ଚିତ୍ରିତ ହେବାକୁ ହେବ।

      ଗଣ ତନ୍ତ୍ର ର ସଂଜ୍ଞା ଓ ସ୍ୱରୂପ ବଦଳିବା ଆଗରୁ ଆମେ ଆମର ଧର୍ମ କୁ ପାଳନ କରିବା ଉଚିତ୍ ।

ସବୁ ଓଡ଼ିଶାବାସୀ ଏକ ।

ଆମ ରାଜ୍ୟ ର ଉନ୍ନତି ଆମର ଉନ୍ନତି ।

ରାଜ୍ୟ ପାଇଁ ସମସ୍ତ ଙ୍କୁ ଏକତା ର ସୂତ୍ରରେ ଗୁନ୍ଥି ହୋଇ ରହିବାକୁ ପଡ଼ିବ ।

ଓଡ଼ିଶା ଆଜି ପ୍ରଶ୍ନ କରୁଛି ,

ତୁମେ କଣ ମୃତ୍ୟୁ କୁ ଡରୁଛ?

ମୃତ୍ୟୁ ତ ଥରେ ଆସିବ ,

ତେବେ କଣ ତୁମ ଜୀବନ ଟା କଣ ଓଡ଼ିଶା 

ମାଟିର ନୁହଁ ? ..........


Rate this content
Log in

Similar oriya poem from Abstract