STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଗଣତନ୍ତ୍ର ଦିବସ

ଗଣତନ୍ତ୍ର ଦିବସ

1 min
306


ଗର୍ବିତ କରୁଛି ରାଷ୍ଟ୍ରୀୟ ପାର୍ବଣ

  ଦିବସ ଟି ଗଣତନ୍ତ୍ର,

ଅମୃତ କାଳର ରାଷ୍ଟ୍ରୀୟ ଉତ୍ସବ

  ଦିଏ କର୍ତ୍ତବ୍ୟର ମନ୍ତ୍ର।


ସାର୍ବଭୌମ ଏହୁ ଗଣତାନ୍ତ୍ରିକରେ

 ରାଷ୍ଟ୍ରରେ ଟି ପରିଣତ,

ଲିଖିତରେ ଏହୁ ସମ୍ବିଧାନ ଆମ୍ଭ

 ଗଣତନ୍ତ୍ରେରେ ଜଡ଼ିତ।


 ଆମ୍ବେଦକରଙ୍କ ରଚନା ଏହୁରେ

  ଥିଲେ ସେ ମହା ବିଦ୍ବାନ,

ଥିଲେ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ

  କଲେ ପତାକା ତୋଳନ।


ଜାତୀୟ ପତାକା ତୋଳନ ଆମ୍ଭର

  ଲାଲ୍ ଦୁର୍ଗ ଠାରେ ଯହୁଁ,

୨୬ ଜାନୁଆରୀ ଖ୍ରୀଷ୍ଟ ୧୯୫୦

  ହେଲା କାର୍ଯ୍ୟକାରୀ ତହୁଁ।


ରାଷ୍ଟ୍ରର ଶାସନ କାନୁନେ ଜଡ଼ିତ

  ଶୁଭାରମ୍ଭ ଏହୁ ଦିନ,

 ଶାସନ ଚାଳିତ ସମ୍ବିଧାନ ଦ୍ବାରା 

  କେତେରେ ଗର୍ବିତ ମନ।


କର୍ତ୍ତବ୍ୟର ପଥ ସୁସଜ୍ଜିତ ଆଜି

  କର୍ତ୍ତବ୍ୟର ଦିଏ ଜ୍ଞାନ,

ପ୍ରତିମୂର୍ତ୍ତି ଯହିଁ ନେତା ସୁଭାଷଙ୍କ

  ରାଷ୍ଟ୍ରର ସୁରକ୍ଷା ଧ୍ୟାନ।


ନୂଆ ଭାରତର ନୂତନ ଉମଙ୍ଗ

   ଆତ୍ମନିର୍ଭରଟି ଯହିଁ,

ସ୍ବଦେଶୀ ଅସ୍ତ୍ରରେ ସଜ୍ଜିତ ସୈନିକ

   ଦେଖିବ ଟି ବିଶ୍ବ ତହିଁ।


ପ୍ରେମତ୍ୟାଗ ଶ୍ରଦ୍ଧା ରାଷ୍ଟ୍ରପ୍ରତି ପ୍ରୀତି

   କର୍ତ୍ତବ୍ୟ ପଥେ ଗୁଞ୍ଜନ,

ନାହିଁ ପଟାନ୍ତର ଦେଖିବରେ ବିଶ୍ବ

   ଭାରତ କେତେ ମହାନ।


ନାରୀ ଶକ୍ତି ଯହିଁ ଆମ ରାଷ୍ଟ୍ରପତି

  ଦ୍ରୌପଦୀ ମୁର୍ମୁ ଅଟନ୍ତି,

ଜାତୀୟ ପତାକା କରିବେ ତୋଳନ

   ଜନତା ଖୁସି ହୁଅନ୍ତି।


ଅତ୍ୟାଧୁନିକ ଟି ତିନି ସେନା ଏବେ

  ନୋସେନା ଓ ସ୍ଥଳସେନା,

ବାୟୁସେନା ଶକ୍ତି ଦେଖିବ ଟି ବିଶ୍ବ

  ବଡ଼ ଶକ୍ତି ରୂପେ ସେନା।


ଜାତୀୟ ଯୁଦ୍ଧ ସ୍ମୃତି ଶହୀଦଙ୍କର

  ସ୍ଥାପନ କଲେ ପ୍ରଧାନ

ବୀର ଶହୀଦଙ୍କ ପାଇଁ କଲେ ଏହା

  ଦେବାରେ ପୁଷ୍ପ ସୂମନ।


ଶ୍ରଦ୍ଧା ଶ୍ରଦ୍ଧାଞ୍ଜଳି ତହୁଁ ପୁଷ୍ପାଞ୍ଜଳି

  ଶହୀଦଙ୍କର ସ୍ମୃତିର

ଚିନ୍ତନ ଆଜିରେ ନେତାଜୀ ବୀରତ୍ବ

  ଜୟ ହିନ୍ଦର ରାବ୍ ର।


୭୪ ତମ ଏହୁ ଗଣତନ୍ତ୍ର ଆମ୍ଭ

  ଜାତୀୟ ପର୍ବରେ ଆଜି,

ରାଜ୍ୟରାଜ୍ୟ ଯହିଁ ପତାକା ତୋଳନ

  ସ୍କୁଲ କଲେଜରେ ଆଜି।

   

ଶୁଭୁ ଅଛି ଆଜି ସୈନିକ ଗର୍ଜନ

   ରାବ୍ ଜୟ ହିନ୍ଦ ପରା,

ବନ୍ଦେ ମାତରମ୍ ଗୁଞ୍ଜନ ରାଷ୍ଟ୍ରରେ

  ଜନଗଣମନେ ସାରା।


ବିଶ୍ବରେ ମାନ୍ୟତା ବିଶ୍ବଗୁରୁ ପରି

   ଭାରତବର୍ଷରେ ଆମ୍ଭ,

ପୁଣି ଶକ୍ତିଶାଳୀ ସବୁ କ୍ଷେତ୍ରେ ରାଷ୍ଟ୍ର

   ଅସମ୍ଭବରେ ସମ୍ଭବ।


ବିଚ୍ଛିନ୍ନାଞ୍ଚଳ ରୁ ଶୁଭ କାମନା ଟି

  ଦେଶବାସୀଙ୍କୁରେ ଆମ୍ଭ,

ଏଠି ଶ୍ରଦ୍ଧାଞ୍ଜଳି ବୀର ଶହୀଦଙ୍କୁ

  ଶୁଭେ ଗଣତନ୍ତ୍ର ଦମ୍ଭ।


ଆନ ବାନ ଶାନ ଦେଖିବ ଦୁନିଆ

  କର୍ତ୍ତବ୍ୟ ପଥରେ ପରା,

ଗର୍ବିତ କରୁଛି ସମ୍ପୂର୍ଣ୍ଣ ବିଶ୍ବକୁ

   ଆମ୍ଭ ଗଣତନ୍ତ୍ର ପରା।


କୃଷ୍ଣ ରାମ ଭୂମି ସୃଷ୍ଟି କର୍ତ୍ତାଙ୍କର

  ପଟାନ୍ତର ନାହିଁ ତାର,

ନୂଆ ଇତିହାସ ଲେଖୁଛି ଭାରତ

  ନୂତନ ଉମଙ୍ଗ ଯାର।

  




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract