STORYMIRROR

Bharatabandhu Biswal

Tragedy Inspirational Others

4  

Bharatabandhu Biswal

Tragedy Inspirational Others

ଗଣପର୍ବ

ଗଣପର୍ବ

1 min
334



ମିଳନ ମଧୁର ଉଚ୍ଚାଟ ସଙ୍ଗୀତ

ଲାଗେ ବଡ଼ ଗଣପର୍ବ

ମତୁଆଲା କିଏ ବିଜୟର ସ୍ୱ।ଦେ

ହାରେ କିଏ ତୁଟେ ଦମ୍ଭ ।


ଦିଶଇ ସୁନ୍ଦର ଚାରୁ ଚନ୍ଦ୍ରମୁଖ

ଆସେ ଯେବେ ନିର୍ବାଚନ

ହସହସ ମୁଖ ସଜ ଫୁଲମାଳ

ପ୍ରତିଶୃତି ସମ୍ଭାଷଣ ।


ଗୋଡାନ୍ତି ପଛରେ ହାତୀଘୋଡା ପାଇଁ

ଗଡି ଗଡି ଯାଏ ଦିନ

ଗଣଦେବତାଙ୍କ ମିଳେନି ଦର୍ଶନ

ବିଧୁର ଜନ ପରାଣ ।


ପଞ୍ଚମର ସ୍ୱନ ବିଧି ପ୍ରଣୟନ

ଶାସନ କେଳି କଦମ୍ବ

ମାଗଣା ଦୟଣା ଯୋଜନାର ମାଳା

ରାଜନୀତି କଞ୍ଚା ଆମ୍ବ ।


ହେଉଅଛି ବୃଷ୍ଟି ଶୂନ୍ୟରେ କେଉଁଠି

କରତାଳ ପୁଷ୍ପ ମାଳ

କାମ କରାମତି ନଥିଲେ ସଳଖ

ମାଡ଼ ହୁଏ ପଚା ଡିମ୍ବ ।


ଛାମୁଙ୍କ ସୁଦୟା କାଳିଆ ବଳିଆ 

ଗଣୁଥାଆ ଭାଇ ଯେତେ

ଉଷୁନା ଚାଉଳ ଛତୁଆ ଛତିଆ

ଗଜା ମାରିବନି ମୋଟେ ।


ଆସେ ଗଣପର୍ବ ପାଞ୍ଚ ବରଷକେ

ନେତାଙ୍କର ପୁଷମାସ

ନ ଚେତିବ ଯଦି ଗଣିବ ପ୍ରମାଦ

ମିଳିବନି ବାସଗ୍ରାସ ।

    



Rate this content
Log in

Similar oriya poem from Tragedy