STORYMIRROR

BHABAGRAHI TRIPATHY

Classics Others

4  

BHABAGRAHI TRIPATHY

Classics Others

ଗଣପର୍ବ ନୂଆଖାଇ

ଗଣପର୍ବ ନୂଆଖାଇ

1 min
255

ଭାଦ୍ରବ ମାସର ଶୁକ୍ଳ ପକ୍ଷ ଆଜି 

 ନୂଆଖାଇ ଭାବେ ଖ୍ୟାତ

 ପଶ୍ଚିମ  ଓଡ଼ିଶା  ଉତ୍ସବ  ମୁଖର 

 ସର୍ବେ  ଆଜି ଆନନ୍ଦିତ


 ବାରମାସେ ତେର ପରବ ଉତ୍କଳେ 

 ପାଳିଥାନ୍ତି ଆନନ୍ଦରେ 

 ସ୍ନେହ ସରାଗର  ନୂଆଖାଇ ପର୍ବ 

 ଭାଇଚାରା ଏକତାରେ


 ଏକତା ମୈତ୍ରୀର ମହୋତ୍ସବ ପୁଣି 

 ଭାଇ ଚାରାର ପରବ 

 ଗ୍ରାମରୁ  ସହର  ସଭିଏଁ  ପାଳନ୍ତି 

 ଭୂଲି ଜାତି ଭେଦ ଭାବ


 ନୂଆ ନୂଆ ଧାନ ନୂଆ ନୂଆ ଜାମା 

 କ୍ଷୀରି ପିଠା ଭୋଗ କରି 

 ନବାନ୍ନ ବାଢିକି  ଇଷ୍ଟଙ୍କର ଠାରେ

 ଵଡଙ୍କୁ  ଜୁହାର  କରି 


 କ୍ଷୀରି ପୁରି ପିଠା ଭଳିଭଳି ଭୋଗ 

 ସମର୍ପିଣ   ଇଷ୍ଟଦେବ

 ନବାନ୍ନ  ପ୍ରସାଦ ଏକତ୍ର ଖାଆନ୍ତି 

 ଭୂଲି ହିଂସାଦ୍ୱେଷ ଭାଵ


 ଦେଶ ବିଦେଶରୁ ସଭିଏଁ ଫେରନ୍ତି 

 ଆସିଗଲେ ନୂଆଖାଇ

 ଭାଇ ବନ୍ଧୁ ସହ ଆନନ୍ଦେ ନାଚନ୍ତି

 ଡାଲ୍ ଖାଇ ଗୀତ ଗାଇ 


 ପର ଆପଣାର ଭୂଲି ଭେଦ ଭାବ

 କୋଳାକୋଳି ହୋଇକରି

 ନୂଆଖାଇ ପର୍ବ  ପାଳନ  କରନ୍ତି 

 ଇଷ୍ଟ ଦେବୀ ପୂଜା କରି 

           

 ବରଷକ ଥରେ ଆସେ ନୂଆଖାଇ 

 ଖୁସିର ପସରା ନେଇ 

 ହସଖୁସି ହୋଇ  ପାଳନ୍ତି ସମସ୍ତେ

 ହୋଇଣ ଭଉଣୀ ଭାଇ


 ଓଡ଼ିଶା ମାଟିର କୃଷି ପର୍ବ ଏହି

 ନୂଆଖାଇ  ଗଣ ପର୍ବ

 ଆମରି ସଂସ୍କାର ଆମରି ସଂସ୍କୃତି

 ହେଉ ଆମ ପାଇଁ ଗର୍ବ


 ସ୍ନେହଶ୍ରଦ୍ଧା ମୈତ୍ରୀ ପ୍ରେମର ପରବ

 ଆସିଅଛି   ନୂଆଖାଇ

 ସଭିଙ୍କୁ ବାନ୍ଧିଛି ଗୋଟିଏ ରଜ୍ଜୁରେ 

 ଏକତାର ବାର୍ତ୍ତା ଦେଇ 


 ନୂତନ ଉତ୍ସାହ  ନୂଆ  ଉନ୍ମାଦନା

 ନୂଆନୂଆ ଆଶାନେଇ 

 ବରଷକେ ଥରେ ପାଳନ୍ତି ସଭିଏଁ 

 ମାନ ଅଭିମାନ ଭୂଲି 


 ଭାଇ ଚାରାର ଏ ନିଆରା ପରବ

 ଆସୁଥାଉ ପ୍ରତି ବର୍ଷ 

 ଦୁଃଖ ଚାଲିଯାଉ ଏ ସାରାସଂସାରୁ 

 ଭରିଦେଉ ମନେ ହର୍ଷ।


Rate this content
Log in

Similar oriya poem from Classics