STORYMIRROR

Sunanda Mohanty

Inspirational Children

3  

Sunanda Mohanty

Inspirational Children

ଗଙ୍ଗା

ଗଙ୍ଗା

1 min
211


ପ୍ରକୃତିର ଦାନ

ଜଳ ଉତ୍ସ ସ୍ରୋତସ୍ୱିନୀ

ସର୍ବଗୁଣ ସମ୍ପୂର୍ଣ୍ଣ ସମ୍ପନ୍ନ

ତୋର ଅବକ୍ଷୟ ମଣିଷ ଜାତିପାଇଁ

ସୃଷ୍ଟି ଧ୍ଵଂସ ସମାପନ

ତୋ ଚରଣ ବନ୍ଦି ତୋ ସୁରକ୍ଷାରେ

ଦେଇ ମନଧ୍ୟାନ

ପରିବେଶ ସ୍ୱଚ୍ଛ ରଖିବା

କର୍ତ୍ତବ୍ୟସାଧନ

ସତରେ ତୁ ମାଆ ଗରୀୟସୀ

ସ୍ୱର୍ଗାଦପି ବରଦାନ

ତୋର ଜଳ ଅମୃତ ବାରିଧାରା

ଆଜି ତୋର ସୁରକ୍ଷାର ପ୍ରଶ୍ନ

ସଭିଙ୍କ କର୍ତ୍ତବ୍ୟ ହେଉ ମାଆ ପାଇଁ

ସଚେତନ ଶୁଶୋଭନ

କୋଟି କୋଟି ପ୍ରାଣୀ ପଶୁ ପକ୍ଷୀ ବୃକ୍ଷ

କରନ୍ତି ଅମୃତଧାର ପାନ

ଧନ୍ୟ ମାଆ ଗଙ୍ଗାମାତା ତୁ ଧନ୍ୟ

କୁଳୁକୁଳୁ ନାଦ ରେ ବହିଯାଉ 

କଳକଳ ସମ୍ବେଦନ

ତୋ ଗର୍ଭରେ ଈଶ୍ଵରଙ୍କ ସୃଷ୍ଟି ପାଇଁ

ଏତେ ସମ୍ମୋହନ

ଜଗତ ଜନନୀଙ୍କୁ ସେଥିପାଇଁ

ଶିବଙ୍କ ଶିରରେ ଆସନ

ତୋ କୂଳେ ପ୍ରଭୁ ରାମଚନ୍ଦ୍ର

ଅହଲ୍ୟା ଉଦ୍ଧାରି କଲେ ଯଶ କୀର୍ତ୍ତି ସ୍ଥାପନ

ମହାଭାରତ ଓ ରାମାୟଣ ବଖାଣେ

ଗଙ୍ଗାମାତାଙ୍କ ଗାଥା ତ୍ୟାଗ ବଳିଦାନ।



Rate this content
Log in

Similar oriya poem from Inspirational