Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଗଙ୍ଗା ଯେ ଦେଶେ ବହେ

ଗଙ୍ଗା ଯେ ଦେଶେ ବହେ

1 min
151



ବେଦଶାସ୍ତ୍ର ଯହିଁ ଓଁକାରେ ପ୍ରଣବ

       ଗଙ୍ଗା ଯେ ଦେଶେ ବହେ

ଶିରେ ହିମାଳୟ ହୀରକ ମୁକୁଟ

        ସାଗର ପାଦ ପଖାଳେ

ସବୁଜ ସୁନ୍ଦର   ମୋ ଦେଶ ଭାରତ

     ବିଶ୍ଵ ଜୟଗୀତି ଗାଏ ।


ଜ୍ଞାନ ବିଜ୍ଞାନର ଝଲକେ ଆଲୋକ

        ଉଜ୍ଜ୍ବଳେ ଭବିଷ୍ୟ ନୂଆ

ଶିକ୍ଷା ପ୍ରଶିକ୍ଷାର ନବଦିଗନ୍ତରେ

        ସ୍ୱପ୍ନ ଗଢେ ନବ ଯୁବା

ଜୀବନ ଠୁ ପ୍ରିୟ   ଜନମ ଭୂମି ମୋ

    ସରଗ ଠୁ ବଡ଼ ସିଏ ।

ବିଶ୍ୱ ଜୟଗୀତି ଗାଏ ।


ଶାନ୍ତି ଅହିଂସା ମୈତ୍ରୀ ସଦ୍ଭାବନା

         ସୁସଂସ୍କାର ସମନ୍ୱୟ

ଉଦବର୍ତ୍ତେ ମଣିଷ ଦେବତ୍ୱ ସୁଗୁଣ

        ସୃଜେ ବିଶ୍ୱ ମଧୁମୟ

ଅନନ୍ୟ ସେ ଭୂମି  ଅତୂଲ୍ୟା ଜନନୀ

    ଅମୃତ ନିସର୍ଗେ ସିଏ ।

ବିଶ୍ଵ ଜୟଗୀତି ଗାଏ ।


ତା ନଦୀ ନିର୍ଝର ବନ ପାହାଡ଼ରେ

       ନୀଳ ଅନୁପମ ଆଶା

ଅଙ୍କୁରେ ଜୀବନ ଲକ୍ଷ୍ୟ ସୁମଙ୍ଗଳ

       ଶସ୍ୟ ଫୁଲ ଫଳ ଭରା

ତା ଉନ୍ନତି କଳ୍ପେ ନେବି ସୁସଙ୍କଳ୍ପ

    ହେବି ସୁସନ୍ତାନ ଟିଏ ।

ବିଶ୍ୱ ଜୟଗୀତି ଗାଏ ।


   


Rate this content
Log in

Similar oriya poem from Inspirational