STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଗଜାନନ ବେଶ

ଗଜାନନ ବେଶ

1 min
220



      


ମାନବୀୟ ଲୀଳା ହେଉଛି ପ୍ରକଟ

ମର୍ତ୍ତ୍ୟ ବୈକୁଣ୍ଠ ରେ ରହି

ଇଛାମୟ ପ୍ରଭୁ ନିଳାଦ୍ରୀ ବିହାରୀ

ମହିମା ପାରିବ କେ କହି

ବାରମାସ ଯାକ ଯାତରା ହେଉଛି

ଭିନ୍ନ ଭିନ୍ନ ବେଶ ହୁଏ ll

ଗଜାନନ ବେଶ ବଡ ମନୋହର

ଯିଏ ଦେଖେ ଧନ୍ୟ ହୁଏ

ସ୍ନାନ ପୂର୍ଣ୍ଣିମା ରେ ଗଜାନନ ବେଶ

କିମ୍ବଦନ୍ତୀ ଅଛି ଭଲେ

ଏକ ଗଣପତି ଭକ୍ତ ମନୋରଥ ପାଇଁ

ଗଜାନନ ବେଶ ହେଲେ ll

ଗଣପତି ଭଟ୍ଟ ନାମେ ଏକ ଭକ୍ତ

ଶ୍ରୀକ୍ଷେତ୍ରକୁ ଆସିଥିଲେ

ଗଣପତି ହିଁ ବ୍ରହ୍ମ ସ୍ବରୂପ ଠାକୁର

ହୃଦରେ ନିଶ୍ଚିତ ଥିଲେ

ଦାରୁ ଦେବତାଙ୍କୁ ସ୍ନାନ ମଣ୍ଡପରେ

କଲେ ଯେବେ ଦରଶନ ll

ଗଣପତି ରୂପ ନ ଦେଖି ଫେରିଲେ

ଶୋ

କାକୁଳ ଥିଲା ମନ

ଅନ୍ତର୍ଯ୍ୟାମୀ ପ୍ରଭୁ ଭକ୍ତ ଭାବ ଜାଣି

କହିଲେ ଶୁନ୍ୟ ବାଣୀରେ

ଗଣପତି ରୂପ ଦେଖିବ ନିଶ୍ଚୟ ll

ସ୍ନାନ ବେଦୀ ର ଉପରେ 

ଲେଉଟି ଦେଖିଲେ ଗଣପତି ଭଟ୍ଟ 

ପ୍ରଭୁ ଗଜାନନ ବେଶ

ଶ୍ରୀ ଚରଣରେ ମଥା ଗଲା ନଇଁ

ମନେ ଲଭିଲେ ସନ୍ତୋଷ ll

ଧନ୍ୟ ଭାବଗ୍ରାହୀ ଭକତ ବାନ୍ଧବ

ଗଣପତି ଭଟ୍ଟ ଧନ୍ୟ

ଯୁଗ ଯୁଗ ଧରି ରହିଛି ବିଧାନ

ହୁଏ ବେଶ ଗଜାନନ

ଜ୍ୟେଷ୍ଠ ପୂର୍ଣ୍ଣିମାରେ ଦେବସ୍ନାନ ନୀତି

ପୁଣି ଗଜାନନ ବେଶ ll

ଭାଗ୍ୟ ଥିଲେ ସେହି ଦର୍ଶନ ମିଳିବ

ତନ ମନ ହେବ ତୋଷ

ଏତେ ଭକ୍ତି ଭାବ ନାହିଁ ମୋର ପ୍ରଭୁ

ମିଛ ମାୟାରେ ଭ୍ରମୁଛି

ତୁମ୍ଭ ଦରଶନ ଲୋଡ଼େ ଏ ନୟନ

ଏହି ଭିକ୍ଷା ମାଗୁଅଛି ll




Rate this content
Log in

Similar oriya poem from Abstract