STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଚରିତ୍ର ଚିତ୍ରଣ

ଚରିତ୍ର ଚିତ୍ରଣ

1 min
295


ଜ୍ଞାନ ଆହରଣ ଅର୍ଥେ ଅଧ୍ୟୟନ 

ଯେପରି ଅଟେ ଜରୁରୀ

ମାନ ଓ ସମ୍ମାନ ଉପଲବ୍ଧ ଅର୍ଥେ

ଚରିତ୍ର ହିଁ ସର୍ବୋପରି

ଚେର, ମୂଳଦୁଆ ମଜବୁତ ଧାରେ 

ଠିଆ ବୃକ୍ଷ, ଅଟ୍ଟାଳିକା 

ଜୀବନର ପଥେ ଗରିମା ସେପରି

ଚରିତ୍ର ସହିତ ପକ୍କା 

ପୁସ୍ତକ ପୃଷ୍ଠାରେ ଚରିତ୍ର ଚିତ୍ରଣ

ନାହିଁ ପ୍ରଚ୍ଛଦ ପୃଷ୍ଠାରେ

ଜୀବନ ପୁସ୍ତକ ଭିତରେ ଚରିତ୍ର

ନାହିଁ ବାହ୍ୟ ଆଡ଼ମ୍ବରେ 

ବିଶୁଦ୍ଧ ପାନୀୟ ଜଳ ନାପସନ୍ଦ 

ଅପରିଷ୍କାର ପାତ୍ରରେ 

ମଣିଷର ସୁନ୍ଦରତା ବି ତଦୃପ

ଅସଦ ଚରିତ୍ର ଧାରେ 

ବ୍ୟବହୃତ ମୂଲ୍ୟବାନ ଅଳଙ୍କାର 

ଗଢ଼ି ହୁଏ ଭଗ୍ନ ଧାରେ

ଚରିତ୍ର ରୂପକ ଅଳଙ୍କାର କିନ୍ତୁ

ଗଢ଼ା ନିଜ ଆଚାର ରେ

ସମୟ,ନିୟମ,ନୀତି, ଦୁଃଖ,ଚିତ୍ର

ପ୍ରାୟତଃ ପରିବର୍ତ୍ତନ 

ଚରିତ୍ର ସହିତ ମାନବୀୟ ଗୁଣ 

ସୁସ୍ଥିର ହେବା ବିଧାନ

ଦକ୍ଷତା ବଳରେ ଶୀର୍ଷ ସ୍ଥାନ ପ୍ରାପ୍ତି

ଅବଶ୍ୟ ହୁଏ ଅଚିରେ

ଉକ୍ତ ଆସନରେ ଦୀର୍ଘ ସ୍ଥାୟୀ ହେବା

ସୁଚରିତ୍ର ଆଧାରରେ

ଶିକ୍ଷାନୁଷ୍ଠାନ ରୁ ପ୍ରଦାନ ହେଉଛି

ଚରିତ୍ର ପ୍ରମାଣ ପତ୍ର

ସେଇ ଆଧାରରେ ନିଯୁକ୍ତି ପ୍ରଦାନ

ପ୍ରାୟତଃ ବିଦ୍ଧି ସଙ୍ଗତ

ଦୁର୍ଜନ ରୁ କ୍ରମେ ସଜନ ହୋଇବା 

ରହିଛି ଉଦାହରଣ

ଦସ୍ୟୁ ରତ୍ନାକର ସଂସ୍କାର ପଥରେ

ବାଲ୍ମିକୀ ରୂପେ ଜୀବନ

ସଂସ୍କାର ରହିଲେ ପରିବାର ମଧ୍ୟେ

ଉତ୍ତମ ହେବ ଚରିତ୍ର

ସମାଜରେ ରହି ଭଲ କର୍ମ କଲେ

ଆପେ ସର୍ବତ୍ର ପୂଜିତ

ଜାଣିଶୁଣି ଯଦି ଦୁର୍ଜନ ସଙ୍ଗରେ 

ଭାବ ସମ୍ପର୍କ ଅଶେଷ

ଜୀବନର ଲକ୍ଷ୍ୟ ରହିବ ଅପୂର୍ଣ୍ଣ

ନିଶ୍ଚେ ହେବ ସର୍ବନାଶ 

ଉତ୍ତମ ସାଙ୍ଗରେ ସଙ୍ଗ ହିଁ ଜରୁରୀ

ହେବ ଉତ୍ତମ ବିଚାର

ଜୀବନ ସାର୍ଥକ ହୋଇବ ନିହାତି

କଲେ ପର ଉପକାର

ପୋଷାକ ସୁନ୍ଦର ପିନ୍ଧିବା ସହିତ

ଚରିତ୍ର ଯଦିଓ ଶୁଦ୍ଧ 

ଇର୍ଷା ପରାୟଣ ବ୍ୟକ୍ତି ଖୋଜୁ ଥାଏ 

ଅଛି କି କିଛି ଅଶୁଦ୍ଧ !

ଅନ୍ୟର ଚରିତ୍ର ପ୍ରତି ଆକ୍ଷେପତା 

ସହଜରେ ଅନୁମେୟ

ଅନ୍ୟ ଚରିତ୍ରର ସମୀକ୍ଷା ପୂର୍ବରୁ

ଆତ୍ମ ସମୀକ୍ଷା ବିଧେୟ

ଭଲ ବର ଟିଏ ମନାସି ହୃଦରେ

ଚନ୍ଦ୍ରର ଚରିତ୍ର କଳଙ୍କିତ ଜାଣି

ବର ମନାସ କିମ୍ପାଇଁ!

ଚରିତ୍ର ନିର୍ମଳ ଥିଲେ ଆପେ ଆପେ 

ବର ବି ଆସିବେ ଧାଇଁ 

କର୍ମ ନିଯୁକ୍ତିର ଅୟମାରମ୍ଭରେ

ହୁଏ ଚରିତ୍ର ଚିତ୍ରଣ

ବିବାହ ନିମନ୍ତେ ପ୍ରାୟତଃ ଚରିତ୍ର

ହେଉଅଛି ନିରୀକ୍ଷଣ

ନିଜ ଚରିତ୍ରକୁ ସାଇତି ରଖିବା

ନିହାତି ଅପରିହାର୍ଯ୍ୟ

ଦାଗ ଯଦି ମାତ୍ର ଲାଗିଯାଏ ଥରେ

ଲିଭିବା ନୁହେଁ ସହଜ

ଚରିତ୍ର ହିଁ ସାର,ଚରିତ୍ର ସୁଧାର

ଚରିତ୍ର ଧାରେ ବ୍ୟାପାର

ରୂପ,ଗୁଣ,ଜ୍ଞାନ,ଧନ ଓ ସୌନ୍ଦର୍ଯ୍ୟ

ଚରିତ୍ର ବିନା ଅସାର 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract