STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଗିଲେ।ଟିନ୍

ଗିଲେ।ଟିନ୍

1 min
603

ବାରମ୍ଵାର ବଢ଼ାଇଥିବା 

ସାହାର୍ଯ୍ୟର ହାତ 

ସାହଚର୍ଯ୍ୟ

 ଅକୁଣ୍ଠିତ ଚିତ୍ତ

ଅଧାରୁ ରହିଯାଏ ଆଜିକାଲି

ଗୋଟିଏ ଭୂଲ ପାଇଁ 

ମଭଳି ଯାଏ ଅନେକ ଆଶା କଳି

ଅତୀତ ପୃଷ୍ଠାର ସୁଦୃଶ୍ୟ

ଅଙ୍କୁରିତ ବନ୍ଧୁତା 

ଗୁମୁରି ଲୁହ ଝରାଏ ଅଦୃଶ୍ୟ 

ପଦିଏ କଅଁଳ ପାରିତୋଷିକ 

ଲାଗେ ସାତ ସପନ

ପିଠି ପଛେ ମିଳେ 

ଶତ ଶବ୍ଦ- ଛୁରିକା କ୍ଷେପଣ ।

କ୍ଷରିତ ଲୁହକୁ ଅଜ୍ଞାତବାସ

ଅଦେଖା ରୁଧିରକୁ ବନବାସ

ବନ୍ଧୁତ୍ଵ ଶୃଙ୍ଗଳକୁ କାରାବାସ

ସୁଗୁଣ ସବୁ ଦ୍ରବଣ ପାଲଟିଯାଏ

ଅମାବାସ୍ୟାର ଚନ୍ଦ୍ର ପରି

ବଦ୍ ଗୁଣ ହୁଅନ୍ତି ଭଣଭଣ 

ସିଂହାସନୀ ବାହୁବଳୀ ସରି ।


କେବେ ହଟିବ ସେ କୁହେଳିକାର

ଭ୍ରମିତ ସଂକ୍ରମିତ ପରଦା 

କେବେ ଝଲସିବ ମନ ମସ୍ତିସ୍କରେ 

ମହାମାନବୀୟ ଗୁଣ ସଦା

ଗୋଟିଏ ଭୂଲ ପାଇଁ " ଗିଲୋଟିନ୍ "

ଶତ ଶୁଭ୍ରତାର ମୁକ୍ତି କେବେ

କିଟିକିଟି କଳାବାଦଳ କୋଳୁ ଝଲସିବ 

ନିଃସ୍ଵାର୍ଥୀ ଚନ୍ଦ୍ରମା କେବେ

କହିବ ପାରିବ କି କ୍ୟାଲେଣ୍ଡର

କାରଣଇତିହାସ ନିରୁତ୍ତର

ପରିସଂଖ୍ୟାନ ଛୁଟିରେ

ସଂଗ୍ରହାଳୟରେ ଝୁଲୁଛି ତାଲା

ମୋତେ ଲାଗେ

ବିବେକର ଦ୍ଵାର କଲେ ଉନ୍ମୁକ୍ତ

ଚେତନାର ଚାବିରେ 

ପ୍ରଜ୍ଞାର ସୁପ୍ତ ସୁଗୁଣ ମୁଣ୍ଡ ଟେକିବ

ସ୍ଵାର୍ଥର ଗଳିରେ 

ଭୁଲୁଣ୍ଠିତ ନ ହେଉ ଦୟା କ୍ଷମା ସାହାଯ୍ୟର 

ଅକ୍ଷୟ ଭଣ୍ଡାର

ବଳି ନ ପଡ଼ୁ ଭଲ ହୃଦୟଟି

ଜାତିକଣ୍ଟକା ପଶୁ ପାମର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy