ଗିଲେ।ଟିନ୍
ଗିଲେ।ଟିନ୍
ବାରମ୍ଵାର ବଢ଼ାଇଥିବା
ସାହାର୍ଯ୍ୟର ହାତ
ସାହଚର୍ଯ୍ୟ
ଅକୁଣ୍ଠିତ ଚିତ୍ତ
ଅଧାରୁ ରହିଯାଏ ଆଜିକାଲି
ଗୋଟିଏ ଭୂଲ ପାଇଁ
ମଭଳି ଯାଏ ଅନେକ ଆଶା କଳି
ଅତୀତ ପୃଷ୍ଠାର ସୁଦୃଶ୍ୟ
ଅଙ୍କୁରିତ ବନ୍ଧୁତା
ଗୁମୁରି ଲୁହ ଝରାଏ ଅଦୃଶ୍ୟ
ପଦିଏ କଅଁଳ ପାରିତୋଷିକ
ଲାଗେ ସାତ ସପନ
ପିଠି ପଛେ ମିଳେ
ଶତ ଶବ୍ଦ- ଛୁରିକା କ୍ଷେପଣ ।
କ୍ଷରିତ ଲୁହକୁ ଅଜ୍ଞାତବାସ
ଅଦେଖା ରୁଧିରକୁ ବନବାସ
ବନ୍ଧୁତ୍ଵ ଶୃଙ୍ଗଳକୁ କାରାବାସ
ସୁଗୁଣ ସବୁ ଦ୍ରବଣ ପାଲଟିଯାଏ
ଅମାବାସ୍ୟାର ଚନ୍ଦ୍ର ପରି
ବଦ୍ ଗୁଣ ହୁଅନ୍ତି ଭଣଭଣ
ସିଂହାସନୀ ବାହୁବଳୀ ସରି ।
କେବେ ହଟିବ ସେ କୁହେଳିକାର
ଭ୍ରମିତ ସଂକ୍ରମିତ ପରଦା
କେବେ ଝଲସିବ ମନ ମସ୍ତିସ୍କରେ
ମହାମାନବୀୟ ଗୁଣ ସଦା
ଗୋଟିଏ ଭୂଲ ପାଇଁ " ଗିଲୋଟିନ୍ "
ଶତ ଶୁଭ୍ରତାର ମୁକ୍ତି କେବେ
କିଟିକିଟି କଳାବାଦଳ କୋଳୁ ଝଲସିବ
ନିଃସ୍ଵାର୍ଥୀ ଚନ୍ଦ୍ରମା କେବେ
କହିବ ପାରିବ କି କ୍ୟାଲେଣ୍ଡର
କାରଣଇତିହାସ ନିରୁତ୍ତର
ପରିସଂଖ୍ୟାନ ଛୁଟିରେ
ସଂଗ୍ରହାଳୟରେ ଝୁଲୁଛି ତାଲା
ମୋତେ ଲାଗେ
ବିବେକର ଦ୍ଵାର କଲେ ଉନ୍ମୁକ୍ତ
ଚେତନାର ଚାବିରେ
ପ୍ରଜ୍ଞାର ସୁପ୍ତ ସୁଗୁଣ ମୁଣ୍ଡ ଟେକିବ
ସ୍ଵାର୍ଥର ଗଳିରେ
ଭୁଲୁଣ୍ଠିତ ନ ହେଉ ଦୟା କ୍ଷମା ସାହାଯ୍ୟର
ଅକ୍ଷୟ ଭଣ୍ଡାର
ବଳି ନ ପଡ଼ୁ ଭଲ ହୃଦୟଟି
ଜାତିକଣ୍ଟକା ପଶୁ ପାମର ।
