ଗୀତି କବିତା- ୯୧
ଗୀତି କବିତା- ୯୧
ତୁମକୁ ମୁହିଁ ଭଲ ପାଇଛି ଏବେ ବି ଭଲ ପାଉଛି,
ସାରା ଜୀବନ ଭଲ ପାଇବି ତୁମକୁ କଥା ଦେଉଛି | (ଘୋଷା)
ବାଟରେ କେତେ କଣ୍ଟା ପଡ଼ିଛି ଆହୁରି କଣ୍ଟା ପଡ଼ିବ,
ଆମ ସାହିରେ ନିଆଁ ଲାଗିଛି ଆହୁରି ନିଆଁ ଜଳିବ |
କଣ୍ଟାରେ ପଡ଼ି ନିଆଁରେ ପୋଡ଼ି ତୁମର ହେଇ ଯାଇଛି |
ତୁମକୁ ମୁହିଁ ଭଲ ପାଇଛି ଏବେ ବି ଭଲ ପାଉଛି,
ସାରା ଜୀବନ ଭଲ ପାଇବି ତୁମକୁ କଥା ଦେଉଛି |(1)
ମୋ ପାଇଁ କେତେ ଲାଗିଛି ଗୋଳ ଆହୁରି ଗୋଳ ଲାଗିବ,
କେତେ ଯାତନା ଭୋଗିଛ ତୁମେ ଆହୁରି କେତେ ଭୋଗିବ |
ତଥାପି ଆମ ପ୍ରେମ ଅମର କହୁ ଯେ ଯାହା କହୁଛି |
ତୁମକୁ ମୁହିଁ ଭଲ ପାଇଛି ଏବେ ବି ଭଲ ପାଉଛି,
ସାରା ଜୀବନ ଭଲ ପାଇବି ତୁମକୁ କଥା ଦେଉଛି | |(2)

