STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational

3  

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational

ଗୀତ ଗାଇବା ଗଣି ଶିଖିବା

ଗୀତ ଗାଇବା ଗଣି ଶିଖିବା

1 min
13.5K


‘ଏକ ଗଲା ଗଛ ପୋତିଲ।

‘ଦୁଇ ଦେଲା ପାଣି

‘ତିନି କହେ ଗଛଟି ଥିଲେ

ହସେ ଧରଣୀ ରାଣୀ ।।୧।।

‘ଚାରି କହେ ଅମଳଜାନ

ଏ ଗଛଲତା ଦିଏ

‘ପାଞ୍ଚ କହେ ଫୁଲ ଓ ଫଳ

ଗଛେ ସାଇତା ହୁଏ ।।୨।।

‘ଛଅଟି କହେ ଜ୍ଞାନୀ ମଣିଷ

ଗଛ କାଟଇ ନିତି

‘ସାତ କହେ ଏ ନୁହେଁ ପରା

ଗଛର ପ୍ରତି ପ୍ରୀତି ।।୩।।

‘ଆଠ କହେ ଜଙ୍ଗଲ ଜଗି

ସଜାଇବା ଏ ଧରା

‘ନଅ କହଇ ଗଛ ପୋତିବା

ଜଙ୍ଗଲ ଜମି ସାରା ।।୪।।

‘ଦଶ ଶୁଣିଲା ସଭିଙ୍କ କଥା

ଖୁସି ହୋଇଲା ଭାରି

ଏକତା ରଖି ଗଛ ପୋତିଲେ

ବଢିବ ଦେଶ ଶିରୀ ।।୫।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational