ଘରର ହୃଦୟ
ଘରର ହୃଦୟ
ଅସରନ୍ତି ଆଶା ଅଭୂଲା
ସ୍ମୃତିର ସ୍ତମ୍ଭ ମନର ନିବୃତ୍ତ
କୋଣ ରେ ସେହ୍ନ ମମତାର
ଫରୁଆରେ ସାଇତି ରଖିଛି
ମନର ଆବେଗ
ପ୍ରସ୍ଫୁଟିତ ପୁଷ୍ପ ର ଗୋଲାପି।
ଚଦର ରେ ଢାଙି ରଖଛି
ଘରର ଛାତ
ଆସୁପଛେ ଯେତେ ପ୍ରମାଦ
ହାର ମାନେନା
ଚାଲିବାରେ ସମର୍ଥ
ଆଗକୁ ବଢି ଯାଏ ପାଦ
କଟୁମ୍ବ ଜଞ୍ଜାଳ ଆବୋରି ନିଏ ।
ରଖେ ସଂସାରର ସବୁ ଝଡରୁ
ଦୂର ଅଙ୍କା ବଙ୍କା ରାସ୍ତାରେ
ଚାଲି ବାକୁ ବଢାଏ
ମନରେ ସତ୍ ସାହସ
ଜଗି ରଖେ ମନୁଷ୍ୟ ରୂପି
ନରକଙାଳ ଗଣ
ଅନେକ କଳ୍ପିତ ସ୍ଵପ୍ନର
ସେହି ହିଁ ଏକ ମାତ୍ର ସନ୍ତକ ।
ବିତାଇଛି ଅଗଣିତ
ଦୁଃଖ ଭରା ପଲକ
ସେ ହିଁ ଏକ ମୂକ ସାକ୍ଷୀ
ଚିହ୍ନି ପାରେ
ସବୁରି ହୃଦୟ
ପ୍ରବେଶ ହୋଇଲେ
ଉଭେଇ ଯାଏ
ସବୁ କ୍ଳେଶ।
