STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଘରର ହୃଦୟ

ଘରର ହୃଦୟ

1 min
32


ଅସରନ୍ତି ଆଶା ଅଭୂଲା

ସ୍ମୃତିର ସ୍ତମ୍ଭ ମନର ନିବୃତ୍ତ

କୋଣ ରେ ସେହ୍ନ ମମତାର

ଫରୁଆରେ ସାଇତି ରଖିଛି

ମନର ଆବେଗ

 ପ୍ରସ୍ଫୁଟିତ ପୁଷ୍ପ ର ଗୋଲାପି।


‌ଚଦର ରେ ଢାଙି ରଖଛି

‌ଘରର ଛାତ

ଆସୁପଛେ ଯେତେ ପ୍ରମାଦ

ହାର ମାନେନା

ଚାଲିବାରେ ସମର୍ଥ

 ଆଗକୁ ବଢି ଯାଏ ପାଦ

କଟୁମ୍ବ ଜଞ୍ଜାଳ ଆବୋରି ନିଏ ।


ରଖେ ସଂସାରର ସବୁ ଝଡରୁ

ଦୂର ଅଙ୍କା ବଙ୍କା ରାସ୍ତାରେ

ଚାଲି ବାକୁ ବଢାଏ

ମନରେ ସତ୍ ସାହସ

ଜଗି ରଖେ ମନୁଷ୍ୟ ରୂପି

 ନରକଙାଳ ଗଣ

ଅନେକ କଳ୍ପିତ ସ୍ଵପ୍ନର

ସେହି ହିଁ ଏକ ମାତ୍ର ସନ୍ତକ ।


ବିତାଇଛି ଅଗଣିତ

 ଦୁଃଖ ଭରା ପଲକ

ସେ ହିଁ ଏକ ମୂକ ସାକ୍ଷୀ

ଚିହ୍ନି ପାରେ

 ସବୁରି ହୃଦୟ

ପ୍ରବେଶ ହୋଇଲେ

ଉଭେଇ ଯାଏ

 ସବୁ କ୍ଳେଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational